ଅକ୍ଷିମୁଠି ଅନୁକୂଳ : କୃଷି କାର୍ଯ୍ୟଶୁଭାରମ୍ଭ

0

ପଦ୍ମପୁର: ପବିତ୍ର ଅକ୍ଷୟ ତୃତୀୟା ଦିବସରେ କୃଷକ କୃଷି କାର୍ଯ୍ୟ ଅନୁକୂଳ କରିଥାଏ ।ପଦ୍ମପୁର ଉପ ଖଣ୍ତ କନସିଂହା ଗ୍ରାମ ପଂଚାୟତ ବଇଦପାଲି ଗ୍ରାମରେ ତ୍ରିରଂଗା ଯୁବକ ସଂଘ ଓ ବିମଳ କୃଷକ ଉତ୍ପାଦନ କଂପାନୀ ମିଳିତ ସହାୟତାରେ ଧାନ ,କ୍ଷୁଦ୍ର ଶସ୍ୟ ମାଣ୍ତିଆ,କୁଦୋ,ଗୁରଜୀ ବିହନ ବୁଣିବା ମୁଠି ଅନୁକୂଳ କରାଯାଇଛି।ବୈଷୟିକ ଜ୍ଞାନ କୌଶଳକୁ ଗୁରୁତ୍ବ ଦେଇ କୃଷି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଚାଷୀମାନେ ଆଶାବାଦି ହୋଇଛନ୍ତି।କୃଷକର ଉନ୍ନତିରେ ଅର୍ଥନୀତିର ପ୍ରଗତି ହୋଇପାରିବ ।କାର୍ଯ୍ୟକ୍ରମରେ ତ୍ରିରଂଗା ଯୁବକ ସଂଘର ସଭାପତି ହୃଦାନନ୍ଦ ନାୟକ,ସଂପାଦକ କୈଲାସ ଚନ୍ଦ୍ର ସାହୁ,ସଂଯୋଜକ ଚିନ୍ତାର୍ଥି ପ୍ରଧାନ,ବିମଳ କୃଷକ ଉତ୍ପାଦକ କଂପାନୀର ନିର୍ଦ୍ଦେଶକ ରୋହିତ ପ୍ରଧାନ,ସିଇଓ ତରଣୀସେନ ଦ୍ବାରୀ ଯୋଗଦାନ କରି ଅକ୍ଷି ମୁଠି ଅନୁକୂଳ କରିଥିଲେ ।

Leave A Reply

Your email address will not be published.