ମାନବିକତା ଦେଖାଉଛି ମାହେଶ୍ୱରୀ ସଂଗଠନ: ଲୋକଙ୍କ ଜୀବନ ପାଇଁ ସମର୍ପିତ 

0

ବଲାଙ୍ଗୀର/ ନିରୋଜ ମିଶ୍ର : କରୋନା କାଳରେ  ବଲାଙ୍ଗୀର ସହର ସହ ଜିଲ୍ଲା ଗୁଡିକରେ ଏବେ ଜନ ହିତରେ କାର୍ଯ୍ୟ କରି ବିଭିନ୍ନ ସଂଗଠନ ସଂସ୍ଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଯେଉଁଥିରେ ମୁଖ୍ୟତଃ କରୋନା  ମହାମାରୀ ଭଳି ଭୟାବହ ରୋଗକୁ ବେଖାତିର କରି ସମାଜ ର ହିତରେ କାର୍ଯ୍ୟ ଜାରି ରଖିଛନ୍ତି ଅନ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ ଯାହା କୁ ଏବେ ବେଶ ଚର୍ଚ୍ଚାରେ  ମାହେଶ୍ୱରୀ ସଂଗଠନ।ଅସହାୟ ଙ୍କ ମୁଖରେ ହସ ଫୁଟାଇବା ସହ ଜୀବନ ଦାୟକ ସାଜିଛନ୍ତି ଏହି ସଂଗଠନର ସଦସ୍ୟ। ଯାହା ପାଇଁ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟାର ସମାଧାନ  ପାଇଁ ତତ୍ପର ଏହି ସଂଗଠନ।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୂଚନା ଅନୁସାରେ କରୋନା ମହାମାରୀ ସମୟରେ ଯେତେବେଳେ ସାଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି । ଏହିପରି ସମୟରେ ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ବଲାଙ୍ଗିର ସହର ନିକଟସ୍ଥ ମଲମୁଣ୍ଡା ଗ୍ରାମର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ହଠାତ୍‌ ଅମ୍ଲଜାନ ସ୍ତର ଅତ୍ୟନ୍ତ ତଳକୁ ଖସି ମୁମୂର୍ଷୁ ଅବସ୍ଥାରେ ଥିବା ଜାଣି ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ସଂଯୋଜକ ପ୍ରିତିଶ କୁମାର ସାହୁ, ସାହିଲ ସିଂହ ଗଡତ୍ୟା ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇ ତାଙ୍କ ଅମ୍ଲଜାନ ସ୍ତରକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାରେ ପ୍ରଚେଷ୍ଟା କରିଥିଲେ । ଯେଉଁଥିରେ ବ୍ୟକ୍ତି ଜଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ଜନିତ କଷ୍ଟରୁ ମୁକ୍ତି ମିଳିଛି । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି ।

 

 

Leave A Reply

Your email address will not be published.