ବରଗଡ :- ଆଜି ବରଗଡ଼ ଜଗନ୍ନାଥ ନଗର ରେଲବେ କ୍ରସିଂରେ ଗେଟ ପଡିଥିବା ସମୟରେ ଗୋଟେ ପଟେ ଦୁର୍ଘଟଣା ଗୁରୁତର ଭାବରେ ଆହତ ହୋଇଥିବା ଜଣେ ଯୁବକ କୁ ଦୁଇ ଜଣ ଯୁବକ ମୋଟରସାଇକିଲ ରେ ଡାକ୍ତରଖାନାକୁ କୁ ଆଣୁଥିଲେ ଦୀର୍ଘ ସମୟ ହେଲା ଗେଟ ଟି ପଡିରହିଥିଲା ଏବଂ ଆହତ ଯୁବକ ଜଣକ ଯନ୍ତ୍ରଣାରେ ଛଟ ପଟ ହେଉଥିଲା । ଗେଟର ଅପର ପାର୍ଶ୍ଵରେ ରେ କୌଣସି କାମ ସାରି ବିଜୁ ଯୁବ ଜନତା ଦଳ ର ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଘରକୁ ଫେରୁଥିଲେ । ଦୂରରୁ ଆହତ ଯୁବକର ଅବସ୍ଥା ଦେଖି ଆହତକୁ ସଂଗେ ସଂଗେ ଆରପଟକୁ କିଛି ଯୁବକ ମାନଙ୍କ ସାହାଯ୍ୟରେ ଆଣିଥିଲେ । ଆହତ ଯୁବକର ଅବସ୍ଥା ସଙ୍କଟାପନ୍ନ ଥିବା ଜାଣି ଶ୍ରୀ ତ୍ରିପାଠୀ ସମୟ ବିଳମ୍ବ ନ କରି ନିଜ କାର ରେ ଆଣି ତାକୁ ଡାକ୍ତରଖାନା ପହଂଛି ଥିଲେ ଓ ନିଜ ଉପସ୍ଥିତ ରେ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ପ୍ରାଥମିକ ଚିକିତ୍ସା କରି ଉପଯୁକ୍ତ ଚିକିତ୍ସା ପାଇଁ ବରଗଡ ଜିଲ୍ଲା ମୁଖ୍ୟାଳୟ କୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ ଶ୍ରୀ ତ୍ରିପାଠୀ । ଯେ କୋଣସି ବ୍ୟକ୍ତି ଙ୍କୁ ଚିକିତ୍ସା ସମ୍ମନ୍ଧୀୟ ସହାୟତା କିମ୍ୱା ରାସ୍ତାରେ କୋଣସି ଆହତ ବ୍ୟକ୍ତି ଙ୍କୁ ତୁରନ୍ତ ଡାକ୍ତରଖାନା କୁ ପହଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହିଭଳି କାମ କଲେ ନିଶ୍ଚିତ ଭାବରେ ଅନେକ ଅମୂଲ୍ୟ ଜୀବନ ବଂଚିଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.