ଗଜପତି ଜିଲ୍ଲାରେ କୋଭିଡ୍ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ପଜିଟିଭ୍ ରୋଗୀର ଆବଶ୍ୟକତାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୪୧ ଗୋଟି ଆମ୍ବୁଲାନ୍ସ କାର୍ଯରତ ଅଛି। ସେଥିମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ ୨ଟି ଲେଖାଏଁ ଆମ୍ବୁଲାନ୍ସ  କାର୍ଯ୍ୟରତ ଥିବା ବେଳେ ମୋହନା ସମିତିରେ ୪ ଗୋଟି ଆମ୍ବୁଲାନ୍ସର ବ୍ୟବସ୍ଥା ଅଛି। 

ଅନ୍ୟପଟେ ପୂର୍ବରୁ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ ପ୍ରତି ପଞ୍ଚାୟତ ସମିତିରେ ଗୋଟିଏ ଗୋଟିଏ କାର୍ଯ୍ୟରତ ଅଛି। ସେଥିମଧ୍ୟରୁ ପାରଳାଖେମୁଣ୍ଡିରେ ଗୋଟିଏ ଅତ୍ୟାଧୁନିକ  ଜୀବନ ରକ୍ଷା କରିବା ଆମ୍ବୁଲାନ୍ସ ଥିବାବେଳେ ମୋହନାରେ ମୌଳିକ ସୁବିଧା ଥିବା ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି। 

ସେହିପରି ଜିଲ୍ଲାରେ ୧୦୨ ଆମ୍ବୁଲାନ୍ସ ୬ ଗୋଟି କାର୍ଯ୍ୟରତ ଅଛି। ଯାହାକି ମାତୃ ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟରତ ଅଛି। ସେହିପରି ୪ ଗୋଟି ଆମ୍ବୁଲାନ୍ସ ଯାହାକି ଜିଲ୍ଲାର ନିଜସ୍ୱ ଆମ୍ବୁଲାନ୍ସ ପୂର୍ବରୁ କାର୍ଯ୍ୟରତ ଅଛି। 

ଉପରୋକ୍ତ ବିଷୟ ଉପରେ ଆଧାରିତ ଆମ୍ବୁଲାନ୍ସକୁ ଛାଡ଼ିଦେଇ କେବଳ କୋଭିଡ୍ ପାଇଁ ୨୯ ଗୋଟି  ଆମ୍ବୁଲାନ୍ସ କର୍ଯ୍ୟରତ ଅଛି ଯେଉଁଥିରେ ଅମ୍ଳଜାନର ବ୍ୟବସ୍ଥା ଅଛି। ଏହା କୋଭିଡ୍ ହସ୍ପିଟାଲ , କୋଭିଡ୍ କେୟାର୍ ସେଣ୍ଟର ଏବଂ ରେପିଡ୍ ରେସ୍ପନ୍ସ ଟିମ୍ ଦ୍ବାରା ବ୍ୟବହାର କରାଯାଉଛି। ଏହାସହ ୧୦୮ ଆମ୍ବୁଲାନ୍ସ ମଧ୍ୟରୁ ଅତ୍ୟାଧୁନିକ ଜୀବନ ରକ୍ଷା ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ମଧ୍ୟ କୋଭିଡ୍ ପାଇଁ ବ୍ୟବହୃତ ହେଉଛି। 

ଏହାର ପରିଚାଳନା ପାଇଁ ଜିଲ୍ଲାରେ ଜଣେ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା ବେଳେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସେଠାକାର ଭାରପ୍ରାପ୍ତ ମେଡ଼ିକାଲ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। 

ଏଥିପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଜିଲ୍ଲାରେ ଯଥେଷ୍ଟ ଆମ୍ବୁଲାନ୍ସ କର୍ଯ୍ୟରତ ଅଛି। ଆବଶ୍ୟକ ଅନୁସାରେ ଆପଣ ମାନେ ଏହାକୁ ବ୍ୟବହାର କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି।

Leave A Reply

Your email address will not be published.