ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ପ୍ରକଳ୍ପର ଶୁଭାରମ୍ଭ ।

2

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) – ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକ ଠାରେ ଜଳଛତ୍ର ର ଶୁଭାରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ ଅତିଥିଭାବେ ଭାବେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ମୂଖ୍ୟ ବକ୍ତା ଭାବେ ଡଃ ଅଜିତ କୁମାର ନାଥ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଶ୍ରୀ କୈଳାଶ ମହାରଣା, ସମାଜସେବୀ ସରୋଜ ନାୟକ, ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ କୁ ପରିଚାଳନା କରିଥିଲେ। ଏହି ଜଳ ଛତ୍ର ପ୍ରକଳ୍ପ ପାଇଁ ବରଗଡ଼ ର ଜଣାଶୁଣା ସମାଜସେବୀ ତଥା ମେହେର ମୋବାଇଲ ର ମୂଖ୍ୟ ରୁଷୀ ମେହେର ଙ୍କ ସହଯୋଗ ରେ ଜଲ ଛତ୍ର କରାଯାଇଥିଲା, ସମ୍ବାଦିକ ଉପେନ୍ଦ୍ର ପଣ୍ଡା ଓ ହୃସିକେଶ ଖମାରୀ ଯୋଗଦାନ କରିଥିଲେ। ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ 10 ଟି ଜଳ ଛତ୍ର ଖୋଲାଯିବା ପାଇଁ ସୂଚନା ପ୍ରଦାନ କଲେ ସଭାପତି ଶ୍ରୀ ମୁକୁନ୍ଦ ଦାଶ। ପାଣି ଦେବାପାଇଁ ଜଣେ ଯୁବକ କୁ ଅନୁଷ୍ଠାନ ପକ୍ଷରୁ ଦାୟିତ୍ବ ନିର୍ବାହ କରିବା ପାଇଁ ଦିଆଗଲା। ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.