ଦୁଇ ବିଶ୍ୱ ବିଦ୍ୟାଳୟରେ ନୂଆ କୁଳପତି 

0 2

ରାଜେନ୍ଦ୍ରରେ ଉମାବଲ୍ଲଭ ମହାପାତ୍ର, କଳାହାଣ୍ଡିରେ ସଞ୍ଜୟ ଶତପଥୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶି  ଲାଲ ଆଜି ବଲାଂଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଭବାନୀପାଟଣା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ ନୂତନ କୁଳପତି ନିଯୁକ୍ତି ଦେଇଛହାନ୍ତି |   ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା ବେଳେ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି । ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, 2020 ର ଧାରା 6 ର ଉପ-ଧାରା (7) ସହିତ ସବ୍ ସେକ୍ସନ୍ (1) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି କୁଳପତି ପ୍ରଫେସର ଶ୍ରୀ ଲାଲ କୁଳପତି ଦ୍ବୟଙ୍କୁ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ  ଚାରି ବର୍ଷ ପାଇଁ ବା ଅନ୍ୟାଦେଶ ପର୍ଯ୍ୟନ୍ତ ନିଯୁକ୍ତ କରିଛନ୍ତି ।

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ମହାପାତ୍ରଙ୍କର ପ୍ରାୟ 33 ବର୍ଷ ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ଗୋଟିଏ ପୁସ୍ତକ ରଚନା କରିଛନ୍ତି ଏବଂ ସଫଳତାର ସହିତ ୧୪  ପିଏଚ୍ଡି ଏବଂ ୨୪  ଏମଫିଲ ସ୍କଲାରଙ୍କୁ ମାର୍ଗଦର୍ଶନ(ଗାଇଡ଼) କରିଛନ୍ତି।

ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ଶତପଥୀ  ୧୩  ଟି ଏକାଡେମିକ୍ ପୁସ୍ତକ ସମେତ ୨୪  ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କର ୩୬  ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଅଛି ଏବଂ ସେ ୨୦ଜଣ ପିଏଚଡି ସ୍କଲାରଙ୍କ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି। 

Leave A Reply

Your email address will not be published.