କରୋନାରେ ଆଖି ବୁଜିଲେ  ବ୍ଲକର ମୁଖ୍ୟ କିରାଣୀ ସଂସ୍କୃତି ପ୍ରେମୀ ଜଗନ୍ନାଥ ଦାସ 

0 2

ଟିଟିଲାଗଡ,(ଗୌରବ ଦର୍ଜୀ)-ଦିନକୁ ଦିନ ଟିଟିଲାଗଡ ସହର ରେ ମହାମାରୀ କରୋନାର ଦ୍ଵିତୀୟ  ଲହରୀ ଉଦବେଗ ଜନକ ସ୍ଥିତି ରେ ରହିଛି। ବର୍ତମାନ ସୁଦ୍ଧା ଟିଟିଲାଗଡ ସହରରେ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପ୍ରତିଦିନ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଟିଟିଲାଗଡ ସହରର ହାଇସ୍କୁଲ  ଖେଳ ପଡିଆ ସମ୍ମୁଖରେ ରହୁଥିବା ଜଗନ୍ନାଥ ଦାସ କରୋନାରେ ପ୍ରାଣ ହରାଇଛନ୍ତି । ସ୍ବର୍ଗତ ଜଗନ୍ନାଥ ଦାସ ସହରର ଜଣେ ଉତ୍ତମ ମେଲାପି, ପରୋପକାରୀ ସଂସ୍କୃତି ପ୍ରେମୀ ତଥା କଳା ପ୍ରେମୀ ଭାବେ ବେଶ୍ ପରିଚିତ ଥିଲେ। ସେ ନିଜ ଟିଟିଲାଗଡ ଉପ ଜିଲ୍ଲାପାଳ କାର୍ଯ୍ୟଳୟରେ ମୁଖ୍ୟ କିରାଣୀ ଭାବରେ ରହିଥିବା ବେଳେ ତହସିଲ କାର୍ଯ୍ୟଳୟରେ ମଧ୍ୟ ଏକଦା ମୁଖ୍ୟ କିରାଣୀ ଭାବରେ ରହି ବେଶ୍ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିଥିଲେ। କରୋନା ରେ ଆକ୍ରାନ୍ତ ହେବା ସମୟରେ ସେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ ରହିଥିଲେ। ଆଣ୍ଟିଯେନ ଟେଷ୍ଟ ରେ କରୋନା ପୋଜିଟିଭ ହେବା ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ହୋମ ଆଇଶୋଲେସନ୍ ରେ କିଛି ଦିନ ଘରେ ରହିଥିଲେ। ଦୁଇ ଦିନ ବ୍ୟବଧାନ ପରେ ଆର ପି ଡି ସି ରିପୋର୍ଟ ରେ ପୋଜିଟିବ ଆସିବାରୁ ସେ ବଲାଙ୍ଗୀର କୋବିଡ କ୍ୟାୟର ହସ୍ପିଟାଲ ରେ ଭର୍ତ୍ତି  ହୋଇଥିଲେ। ପରେ ସ୍ବାସ୍ଥ୍ୟାବସ୍ଥା ରେ କୌଣସି ସୁଧାର ଆସିବାରୁ ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ବିୟୋଗ ଘଟିଥିଲା। 

 ଟିଟିଲାଗଡ ସହର ରେ ଲୋକଙ୍କୁ ଡିସ୍କ କେବୁଲ ମାଧ୍ୟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସେ ଥିଲେ ମୁଖ୍ୟ ପୁରୋଧା। ନୀଳଚକ୍ର କେବୁଲ୍ ନେଟୱର୍କ ମଧ୍ୟମ ରେ ସେ ପ୍ରଥମେ ଟିଟିଲାଗଡ ସହର ରେ ଯୋଗାଇ ଦେଇଥିଲେ ଡିସ୍କ କେବୁଲ । ପରେ ନୀଳଚକ୍ର ନୃତ୍ୟ ଏକାଡେମୀ ଖୋଲି କଳାକାରମାନଙ୍କୁ ଉତ୍ସାହିତ କରିବାପାଇଁ ଏକ ବଳିଷ୍ଠ ମଞ୍ଚ ଭେଟି ଦେଇଥିଲେ ସ୍ବର୍ଗତ ଜଗନ୍ନାଥ ଦାସ। ତାଙ୍କର ଆକସ୍ମିକ ମୃତ୍ୟୁରେ ଟିଟିଲାଗଡ ସହରରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.