ଚାରବାହାଲ ଠାରେ ଜିଲ୍ଲା ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।

0 2

କଳାହାଣ୍ଡି /ତୁଳମଣି ନାଗ: ଜୁନାଗଡ଼  ବ୍ଲକ ଅନ୍ତର୍ଗତ  ଚାରବାହାଲ ଗ୍ରାମରେ ଜିଲ୍ଲା ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ କୋଡିଏ ଜଣ ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଆରମ୍ଭ ହୋଇ ୨୧ ତାରିଖ ଦିନ ସମାପ୍ତ ହୋଇଥିଲା। ଯୁବ ସମାଜସେବୀ ମୀନକେତନ ଦଳପତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ଫାଇନାଲ ମ୍ୟାଚ ରେ ଭବାନୀପାଟଣା ଆମ୍ବଗଛ ପଡ଼ାର ହେମନ୍ତ କୁମାର ପାଣିଗ୍ରାହୀ ଚମ୍ପିୟାନ ହୋଇଥିବା ବେଳେ ରଣମାଲ ଗ୍ରାମର ଏକଲବ୍ୟ ନାଏକ ରନର୍ସଅପ୍ ହୋଇ ଥିଲେ। ଏଥିରେ ମୂଖ୍ୟ ଅତିଥି ଭାବେ ଶ୍ରୀଭକଚନ୍ଦ ମହାନନ୍ଦ ଯୋଗଦେଇ ଚମ୍ପିୟାନ ଙ୍କୁ ଟ୍ରଫି ଓ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ତ୍ରିଲୋଚନ ମହାନନ୍ଦ ରନର୍ସଅପ୍ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ କାହ୍ନୁଚରଣ ଧଙ୍ଗଡା ମାଝୀ ମହେନ୍ଦ୍ର ଚଲାନ ଯଥାକ୍ରମେ ତୃତୀୟ  ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।  ଆୟୋଜକ ଲକ୍ଷ୍ମୀକାନ୍ତ ଦୁର୍ଗା, ସଚିଦାନନ୍ଦ ଚଲାନ ଙ୍କ ସମେତ ବରିଷ୍ଠ ଖେଳାଳି ମାଙ୍ଗେଲାଲ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।ଚେସ୍ କ୍ଳବ୍ ପକ୍ଷରୁ ଆୟୋଜିତ ପୁରସ୍କାର ପ୍ରଦାନ  କାର୍ଯ୍ୟକ୍ରମକୁ ସୁରେନ୍ଦ୍ର ମୋହନ କର ପରିଚାଳନା କରିଥିବା ବେଳେ ଆୟୋଜକ ଲକ୍ଷ୍ମୀକାନ୍ତ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଫି ପ୍ରଦାନ ବେଳେ କ୍ଲବ୍ ର ବହୂସଦସ୍ୟ ଓ ଖେଳାଳି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.