ସମ୍ବଲପୁର-ଅନଗୁଲ(ରମାକାନ୍ତ ବିଶ୍ବାଳ): କିଛି ବର୍ଷ ପୂର୍ବରୁ ମଧ୍ୟପ୍ରଦେଶରୁ ଶାତକୋଶିଆ ଅଭୟାରଣ୍ୟକୁ ସୁରକ୍ଷା ରଥା ଶିକାରୀଙ୍କ କବଲରୁ ବନ୍ୟଜନ୍ତୁଙ୍କ ସୁରକ୍ଷିତ ରହିବ ପାଇଁ ବାଘୁଣି ସୁନ୍ଦରୀକୁ ଅଣାଯାଇ। ଶାତକୋଶିଆରେ ଛଡାଯାଇଥିଲା। ବିଗତ ତିନି ବର୍ଷ ଭିତରେ ଶାତକୋଶିଆ ପାଖ ଗାଁ ମୁଣ୍ଡକୁ ଆସି ମଣିଷକୁ ମାରି ଦେଇଥିଲା ସୁନ୍ଦରୀ | ଫଳରେ ସୁନ୍ଦରୀ ବନ ବିଭାଗ ତଥା ଲୋକଙ୍କ ଚିନ୍ତାର କାରଣ ହୋଇଥିଲା। ଏବଂ ସାରା ଓଡିଶାରେ ଚହଲ ପକାଇଥିଲା ସୁନ୍ଦରୀ । ଏହାକୁ ନେଇ ବନ ବିଭାଗକୁ ନାକେଦମ ହୋବାକୁ ପଡିଥିଲା। ତା ପରେ ଚାଲିଲା ସୁନ୍ଦରୀକୁ ଧରିବା ଅଭିଯାନ। ଗତ ତିନ ଦି ତଲେ ସୁନ୍ଦରୀକୁ ନେବା ପାଇଁ ଏକ ଛ ଜଣିଆ ଦଲ ମଧ୍ୟପ୍ରଦେଶରୁ ଏଠାକୁ ଆସି ସୁନ୍ଦରୀକୁ ପିଞ୍ଜରାରେ ଜିଅଁନ୍ତା ଛେଲିକୁ ରଖି ଧରିବାକୁ ଚେଷ୍ଟା କରାଯାଇଥିଲା। ତାହା ସମ୍ଭବ ନ ହେବାରୁ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାନକ୍ୟୁଲାଇଜର ସାହାଯ୍ୟରେ ସୁନ୍ଦରୀକୁ ବେହୋସ କରି ଶାତକୋଶିଆ ଟ୍ରାନକ୍ୟୁଲାଇଜରରେ ୫ ଦିନ ପାଇଁ ରଖାଯାଇଛି। ସେଠାରେ ସୁନ୍ଦରୀର ହୋସ ଆସି ସୁସ୍ଥ ହେଲା ପରେ ତାକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବ। ଟ୍ରାନକ୍ୟୁଲାଇଜର ଦେଲା ପରେ ସୁନ୍ଦରୀର କୋଣସି ଅସୁବିଧା ନ ହୋଇ ଧିରେ ଧିରେ ତାର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଉଥିବା ଶାତକୋଶିଆ ବନ ବିଭାଗ ପକ୍ଷରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.