କିସ୍ ତରଫରୁ ଦଶମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ।

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :କିସ୍ ବିଶ୍ବବିଦ୍ୟାଳୟ ତରଫରୁ ଝାରସୁଗୁଡ଼ା ପୌରାଞ୍ଚଳର ୧୪ ନମ୍ବର ୱାର୍ଡ଼ ବଢ଼େଇମୁଣ୍ଡା (ରଙ୍ଗିଆପଡ଼ା) ଠାରେ ଛାତ୍ରଛାତ୍ରୀମାନଙ୍କୁ ଦଶମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ୫୫ ଜଣ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହା ବ୍ୟତୀତ ଦ୍ବିତୀୟ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରଶ୍ନପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। 

ଏହିି ଅବସରରେ ସହଯୋଗ ପାଇଁ  ଅର୍ଥନୀତିର  ପ୍ରଫେସର ତପନ  ବାରିକ, ଝାରସୁଗୁଡ଼ା ଶିକ୍ଷକ ସଂଘର ଅଶୋକ କୁମାର ସାହୁ, ଝାରସୁଗୁଡା  ଏଲ.ଆଇ. ସି. ଏଜେଣ୍ଟ  ସଂଘର  ଅବଦୁଲ  ଖାଲସେ  ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସlହିତ କରିଥିଲେ l ଏହା ବ୍ୟତୀତ ସମାଜ ସେବୀ ରତ୍ନାକର ପ୍ରଧାନ,ରଜନୀ ପ୍ରଧାନ, ସଚିନ ବରୁଆ ଓ ପ୍ରଭାକର ଓରାମ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.