ଏଲ ଏନ କଲେଜରେ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଏଲ ଏନ କଲେଜରେ ଗତକାଲି ‘ମୋ କଲେଜର’ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ଶ୍ରୀ ଦେବତା କଲେଜର ବିକାଶ ପାଇଁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଏହି କଲେଜର ଅନେକ ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ। ପୂର୍ବତନ ଛାତ୍ର ସଂସଦ ସଭାପତି ଶ୍ରୀ ସନ୍ଦୀପ ଅଗସ୍ତି, ପ୍ରଫେସର ଟହଲୁ ସାହୁ, ପୂର୍ବତନ ଛାତ୍ର ତାପସ କୁମାର ରାୟ ଚୌଧୁରୀ, ପୂର୍ବତନ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରା, ବାର ଏସୋସିଏସନ ସଭାପତି ତ୍ରିନାଥ ଗୁଆଲ, ସୁରେନ୍ଦ୍ର ହୋତା, ପ୍ରଦୀପ କୁମାର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ପ୍ରାଧ୍ୟାପକ ସରୋଜ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। 

ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କଲେଜରେ ‘ମୋ କଲେଜ’ ଅଭିଯାନ ଖୁବ ଜୋରସୋରରେ ଚାଲିଥିବା ଜଣାପଡ଼ିଛି।

Leave A Reply

Your email address will not be published.