ପିସି କାରବାର : ଯନ୍ତ୍ରୀ କହୁଛନ୍ତି ମୁଁ କାମ କରିଛି, ଠିକାଦାର କହୁଛନ୍ତି ମୁଁ କାମ କରିଛି। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକରେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଏକ ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମରେ ଏ ବିଷୟରେ ପୂର୍ବରୁ ଖବର ପ୍ରକାଶିତ ହେବାର ୧୨ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। 

ସୂଚନା ଅନୁସାରେ, ଲାଇକେରାର ଜାମମାଲ ଗ୍ରାମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଜାମମାଲ ଗ୍ରାମର କଲ୍ୟାଣ ମଣ୍ଡପ ନିର୍ମାଣ, ରାଉତବାହାଲର ସଭାଗୃହ ଓ କିଷାନ ଭବନ ନିର୍ମାଣ କାର୍ଯ୍ୟ ହୋଇଥିଲା। ଗ୍ରାମର ଯୁଗେଶ୍ବର ବୁଦୁଲାଙ୍କ କହିବା ଅନୁଯାୟୀ ଏହି ତିନୋଟି ଯାକ ନିର୍ମାଣ କାର୍ଯ୍ୟ ସେ କରିଥିଲେ। ପ୍ରତ୍ୟେକ କାର୍ଯ୍ୟ ବାବଦରେ ୫ ଲକ୍ଷ ଟଙ୍କା ଅନୁମୋଦନ ଲାଭ କରିଥିବା ବେଳେ ସର୍ବମୋଟ ୧୫ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିଲା। ମାତ୍ର ସଂପୃକ୍ତ ଯନ୍ତ୍ରୀ ବିଲ୍ କଲାବେଳେ ୧୩ ଶତକଡ଼ା ଟଙ୍କା କାଟି ଦେଇଥିଲେ। ଏହା ନେଇ ଅଭିଯୋଗ ହେବା ପରେ ସଂପୃକ୍ତ ଯନ୍ତ୍ରୀ ଶ୍ରୀ ବୁଦୁଲା କାର୍ଯ୍ୟ କରି ନାହାଁନ୍ତି, ବରଂ ସେ ନିଜେ ସମସ୍ତ ସାମଗ୍ରୀ କିଣି କାର୍ଯ୍ୟ କରିଥିବା କହିଥିଲେ। ଫଳରେ ସ୍ଥାନୀୟ ସଚେତନ ନାଗରିକମାନେ ଏହାର ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ଦାବୀ ଜଣାଇଛନ୍ତି। ତଦନ୍ତରେ ପ୍ରଶାସନ କେଉଁଠାରୁ କେତେ ପରିମାଣର ଓ କେବେ କିଣାଯାଇଛି ତଥା ଏସବୁର ସତ୍ୟାସତ୍ୟ ଜାଣିବା ନିମନ୍ତେ ସଂପୃକ୍ତ ମିସ୍ତ୍ରୀ ଓ ଶ୍ରମିକମାନଙ୍କ ବୟାନ ନେବାକୁ ଦାବି ଜଣାଇଛନ୍ତି। ତଦନ୍ତରୁ ସତ୍ୟ କ’ଣ ଜଣାପଡ଼ିବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସେମାନେ ଦାବୀ କରିଛନ୍ତି।

Leave A Reply

Your email address will not be published.