ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପଦାର୍ପଣର ଶହେ ବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ମନେ ପକାଇଲା ଜାତିର ପିତାଙ୍କୁ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପଦାର୍ପଣର ଶହେ ବର୍ଷ ପୁରିଲା। ଏ ଉପଲକ୍ଷେ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ାରେ ମଧ୍ୟ ସରକାରୀ ସ୍ତରରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। 

ଆଜି ଏହି ଅବସରରେ ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ମାଲ୍ୟାର୍ପଣ କରିଥିଲେ। ଏହା ବ୍ୟତୀତ ଉପ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋ, ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀ , ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଲ ମିଶ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା , ପ୍ରଫେସର ଟହଲୁ ସାହୁ , ଝାରସୁଗୁଡ଼ା ବାର ଆସୋସିଏସନ ସଭାପତି ତ୍ରିନାଥ ଗୁଆଲ , ସନ୍ଦୀପ ଅବସ୍ତି , ଗଣେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.