ଏବେ ସ୍ଥାନୀୟ ଅଧିବାସୀଙ୍କ ଉପରେ ସମସ୍ତଙ୍କ ନଜର

0 2

ମଙ୍ଗଳବାର ଶିମିଳିପାଳ ଆସି ସ୍ଥିତି ଅନୁଧ୍ୟାନ କରିବେ ଟାସ୍କଫୋର୍ସ ସଦସ୍ୟ

  • ନିଆଁ ସମ୍ପୂର୍ଣ୍ଣ ଆୟତରେ ଥିବା ଟାସ୍କଫୋର୍ସର ଦାବି

  • ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମିଶିବେ, ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ

 ବାରିପଦା/ଦିଲ୍ଲୀପ ମହାନ୍ତି : ଶିମିଳିପାଳରେ ନିଆଁ ଏବେ ସମ୍ପୂର୍ଣ୍ଣ ଆୟତରେ ଅଛି। ଆଜି ଏପରି ମତ ଦେଇଛନ୍ତି ଟାସ୍କଫୋର୍ସ ମୁଖ୍ୟ। ସେହିପରି ମଙ୍ଗଳବାର ଦିନ ଟାସ୍କଫୋର୍ସ ସଦସ୍ୟ ଜୟକୃଷ୍ଣ ପାଣିଗ୍ରାହୀ ଏବଂ ବିଜୟ ଅଗରୱାଲା ଶିମିଳିପାଳ ଯାଇ ସ୍ଥିତି ପରଖିବା ନେଇ ସୂଚନା ମିଳିଛି। ଟାସ୍କଫୋର୍ସ ଗଠନ ହୋଇଥିଲେ ମଧ୍ୟ ଏହାର ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରିନଥିଲେ। ତେଣୁ ଆସନ୍ତାକାଲି ଟାସ୍କଫୋର୍ସର ଦୁଇ ସଦସ୍ୟ ଶିମିଳିପାଳ ଭିତରକୁ ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବେ। ଏହି ଅବସରରେ ସ୍ଥାନୀୟ ଅଧିବାସୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ ବିଭାଗୀୟ ସଚିବ, କେନ୍ଦ୍ରୀୟ ଟିମ୍ର ଦୁଇ ସଦସ୍ୟଙ୍କ ସମେତ ଏକାଧିକ ରାଜନୈତିକ ଦଳର ସଦସ୍ୟମାନେ ଶିମିଳିପାଳକୁ ଆସି ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି। କେବଳ ଟାସ୍କଫୋର୍ସ ହିଁ ଅଭୟାରଣ୍ୟ ଭିତରକୁ ଯାଇନଥିଲା। ଯାହାକି ଆସନ୍ତାକାଲି ଯିବା ନେଇ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ସମସ୍ତଙ୍କ ନଜର ସ୍ଥାନୀୟ ଅଧିବାସୀଙ୍କ ଉପରେ ରହିଛି। ଯେକେହି ଅଧିକାରୀ ହୁଅନ୍ତୁ ଅବା ରାଜନୈତିକ ଦଳର ନେତା। ସମସ୍ତେ ବର୍ତ୍ତମାନ ସ୍ଥାନୀୟ ଅଧିବାସୀ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରୁଛନ୍ତି। ମାତ୍ର ପୂର୍ବରୁ ଏମାନଙ୍କ ସହିତ କେହି ଆଲୋଚନା କରୁନଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀମାନେ ଏପରି ଭୟଙ୍କର ନିଆଁରୁ କିଛି ଶିକ୍ଷାଲାଭ କରନ୍ତୁ ବୋଲି ମତପ୍ରକାଶ ପାଇଛି।

 

Leave A Reply

Your email address will not be published.