ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଆଜି ମାଲକାନଗିରି ଜିଲ୍ଲା କାଳିମେଳା ରେଞ୍ଜ ଅଧିନସ୍ଥ ବାପନପାଲ୍ଲୀ ଗ୍ରାମ ପଂଚାୟତ ସମିତିର ଗଟନପଲ୍ଲୀ ଗ୍ରାମ ଠାରେ କାଳିମେଳା ବନ ବିଭାଗ ତରଫ ରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଆଜି ଏକ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ଏବଂ ଜଙ୍ଗଲ ରେ ନିଆଁ ନ ଲଗାଇ ବା ପାଇଁ କର୍ମଶାଳା ଆୟୋଜିତ ହୋଇଯାଇଛି । ଜଙ୍ଗଲ ସୁରକ୍ଷା ପାଇଁ ସଚେତନ ସଭା ଆୟୋଜନ କରାଯାଇଥିଲା ଏହି ସଭାରେ ବନପାଳ ଶ୍ରୀ ଗୁପ୍ତେଶ୍ଵର ରାଓ ଦୋରା ଗ୍ରାମବାସୀଙ୍କୁ ଜଙ୍ଗଲ ରେ ନିଆଁ ନ ଲଗଇବା ଜଙ୍ଗଲ ସୁରକ୍ଷା ବନ୍ୟପ୍ରାଣୀ ଶିକାର ନ କରିବା ବିଷୟରେ ସଚେତନତା କରିଥିଲେ । ଏହି ଅବସରରେ ବାପ଼ନପଲ୍ଲୀ ସରପଞ୍ଚ ନର୍ମଦା କାମରାମ ,ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର କାମରାମ , ନାଏବ ସରପଞ୍ଚ ଯୋଗଦେଇ ନିଜନିଜ ଅଭିଭାଷଣ ରଖିଥିଲେ ଏହା ପରେ ସ୍ଥାନୀୟ କିଛି ଗ୍ରାମବାସୀ ଙ୍କ ଦ୍ୱାରା ସ୍ଥାନୀୟ ଭାଷା ଦ୍ୱାରା ଜନସାଧାରଣ ଙ୍କୁ ସଚେତନତା କରିବା ସହ ଶିବିର ରେ ଉପସ୍ଥିତ ଥିବା ଯୁବକ, ଯୁବତୀ, ବନ ବିଭାଗ କର୍ମଚାରି ମୁଖ୍ୟ ଅତିଥି ଓ ମହିଳା ମାନେ ଏକାଠି ହୋଇଥିଲେ । ଏହି ସଭାରେ ଏନଜିଓ କର୍ମୀ ଶ୍ରୀ ଶ୍ରୀନିବାସ ପାତ୍ର ଜନସାଧାରଣ ଙ୍କୁ ସଚେତନତା କରିବା ଏବଂ ପରିବେଶ ର ସୁରକ୍ଷା କଲେ ନିଜେ ସୁରକ୍ଷିତ ରହିବ ବୋଲି ସେ ବକ୍ତବ୍ୟରେ ପ୍ରକାଶ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏନଜିଓ କର୍ମୀ ସୁବ୍ରତ ସ୍ୱାଇଁ,ଏନ ରବି କୁମାର, ବନରଖି କାନନ ବିଶ୍ୱାସ,ପପିତା ଅଜମିରା ଯୋଗ ଦେବସହ ଗ୍ରାମବାସୀ ଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମଦେବୀ ଙ୍କ ନାମରେ ଶପଥ ପାଠ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post