ମୋତିଆବିନ୍ଦୁ ଅପରେସନ ପାଇଁ ଭବାନୀପାଟଣା ଗଲେ ବରିଷ୍ଠ ନାଗରିକ

0 2

ଭୁବନେଶ୍ୱର / ନୂଆପଡା :- ଗତ ମାସ ୭ ତାରିଖ ଦିନ ବିଜୁ ଜୟନ୍ତୀ ଉପଲକ୍ଷେ ,ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ନିର୍ଦ୍ଦେଶ କ୍ରମେ କାଞ୍ଚନ ବେନ୍ ରସିକ୍ ଲାଲ୍ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ ତରଫରୁ ତରବୋଡ଼ ଠାରେ,ନୂତନ କରି ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଶୀ ଙ୍କ ନେତୃତ୍ବ ରେ ହୋଇଥିବା ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୬୮୭ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୪୯ ଜଣ ଙ୍କୁ ଔଷଧ ଦିଆଯାଇଥିଲା, ୧୮୨ ଜଣ ଙ୍କ ଚଷମା ଦିଆଯାଇଥିଲା ଏବଂ ୨୩୦ ଜଣ ଙ୍କୁ ଚକ୍ଷୁ ଅସ୍ତ୍ରୋପ୍ଚାର୍ ପାଇଁ ଭବାନୀ ପାଟଣା ଓ ଟିଟିଲାଗଡ ନେବା ପାଇଁ ସ୍ଥିରୀକୃତ ହୋଇଥିଲା।

ସେହି ୨୩୦ ଜଣ ଙ୍କ ମଧ୍ୟରୁ ଆଜି ତରବୋଡରୁ ବିଧାୟକ ରାଜୁ ଭାଇ ନିଜେ ଉପସ୍ଥିତ ରହି ୧୧୦ ଜଣ ଚକ୍ଷୁ ରୋଗୀ ଙ୍କୁ ଅସ୍ତ୍ରୋପଚାର ପାଇଁ ୫ ଟି ବସ୍ ଯୋଗେ ତ୍ରିଲୋଚନ ନେତ୍ରାଳୟ ଭବାନୀ ପାଟଣା ଡ଼ାକ୍ତରଖାନା କୁ ପଠାଇଛନ୍ତି। ଏହି ସମୟରେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅବନୀ ରଂଜନ ଯୋଶୀ,ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଶ୍ରୀ କାଳିଆ ପ୍ରଧାନ, ବରିଷ୍ଠ ବିଜେଡ଼ି କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଗୋକୁଳ ମେହେର, ଡାକ୍ତର ବିଭୂତି ପ୍ରଧାନ, ଡାକ୍ତର ଦୀପକ୍ କୁମାର୍ ଦାସ୍,ତରବୋଡ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଶ୍ରୀ ଗଦାଧର ଗହୀର, ଆଇ ଟି ସେଲ୍ କୋଡ଼ିନେଟର ନୂଆପଡା ଶ୍ରୀ ଅଜୟ ଗହୀର, ଯୁବ ବିଜେଡ଼ି କୋମନା ବ୍ଲକ୍ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେଶବ ନିଆଲ୍,ସମାଜ୍ ସେବୀ ଶ୍ରୀ ସରୋଜ ପ୍ରଧାନ, ଲଖନା ଗ୍ରାମପଞ୍ଚାୟତ ବିଜେଡି ସଭାପତି ରଫିକ୍ ଭାଇ, ଅକ୍ଷୟ ଭାଇ,ଜ୍ଞାନ ସିଂ ଭାଇ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥଲେ।

Leave A Reply

Your email address will not be published.