ଓଜେଏସ୍ ପାଇଲେ ମୟୂରଭଞ୍ଜର ଶ୍ରେୟା ଶତପଥୀ

0 1

ବାରିପଦା(ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲାର ଝିଅ ଶ୍ରେୟା ଶତପଥୀ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)-୨୦୧୯ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ୧୧ ନମ୍ବର ୱାର୍ଡ, ପ୍ରୟାସ କୁମାର ଶତପଥୀ ଓ ସଂଧ୍ୟାରାଣୀ ଶତପଥୀଙ୍କ ଏକ ମାତ୍ର ଝିଅ ଶ୍ରେୟା ଶତପଥୀ। ବାପା, ମାଆ, ମାମୁଁଙ୍କ ସ୍ବପ୍ନ  ସଫଳ ହୋଇଥିବାରୁ ଶ୍ରେୟା ଅନେକ ଖୁସି ଥିବା ପ୍ରକାଶ କରିଛନ୍ତି। ତାଙ୍କ ବାପା ପ୍ରୟାସ କୁମାର ଶତପଥୀ  ବ୍ୟବସାୟୀ ଭାବେ କାର୍ଯ୍ୟ କରୁଥିବାବେଳେ ମା’ ସନ୍ଧ୍ୟାରାଣୀ ଜଣେ ଗୃହିଣୀ। ଶ୍ରେୟାଙ୍କ ଜନ୍ମ ବାରିପଦାରେ ୧୯୯୪ ମସିହା ଏପ୍ରିଲ ୧୬ତାରିଖରେ ହୋଇଥିବା ବେଳେ 27 ବର୍ଷରେ ନିଜର ସପ୍ନ ପୁରଣ କରିପାରିଛନ୍ତି ଶ୍ରେୟା। ଲକ୍ଷ୍ମୀପୋଷି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଓ ଦ୍ୱାଦଶ ପାସ କରି ଭୁବନେଶ୍ୱର ସ୍ଥିତ ୟୁନିଭର୍ସିଟି ଲ କଲେଜ, ବାଣୀବିହାରରେ ଇଣ୍ଟିଗ୍ରେଟେଡ଼ ବିଏ ଏଲଏଲବି ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଲ ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ମାମୁଁ ଶ୍ରୀକାନ୍ତ ମହାପାତ୍ରଙ୍କ ଠାରୁ ଅନୁପ୍ରାଣିତ ହୋଇ ଲ ଶିକ୍ଷା ପ୍ରତି ଆକୃଷ୍ଟ ହୋଇଥିବା ସହ ତାଙ୍କର ସମସ୍ତ ଶ୍ରେୟ ମାଆ ସଂଧ୍ୟାରାଣୀଙ୍କୁ ଦେଇଛନ୍ତି। ସେ ମଧ୍ୟ ଛୋଟ ବେଳରୁ ମେଧାବୀ ଛାତ୍ର ଥିଲେ। ଏହା ସହ ସେ ମହାମହିମ ରାଜ୍ୟପାଳ ଏସ ସି ଜମିରଙ୍କ ଠାରୁ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଓଜେଏସରେ ଦ୍ୱିତୀୟ ଥର ପ୍ରଚେଷ୍ଟାରେ ସଫଳତା ହାସଲ କରିଥିବାରୁ ବହୁତ ମୟୂରଭଞ୍ଜ ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି। ପରିବାରରେ ସମରେନ୍ଦ୍ର ନାଥ ଶତପଥୀ, ପ୍ରତିଭା ଶତପଥୀ, ସଚିନ୍ଦ୍ର ମହାପାତ୍ର, ରାଧାମଣି ମହାପାତ୍ର ଓ ସ୍ୱସ୍ତିକ ମହାପାତ୍ର ସର୍ବଦା ତାଙ୍କୁ ତାଙ୍କର ଏହି ଚେଷ୍ଟାରେ ସାମିଲ ଥିଲେ। ଏହା ସହିତ ଆଗାମୀ ଦିନରେ ସେ ଭଲ କାର୍ଯ୍ୟ ତୁଲାଇବେ ବୋଲି ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.