ବଡବାହାଲ ମିଶ୍ର ପୋଲ ପାଖରେ ହଇୱା ଧକ୍କାରେ ଜଣେ ମୃତ 

0

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବାହାଲ ମିଶ୍ର ପୋଲ ନିକଟରେ  ଏକ ହାଇୱା ଧକ୍କାରେ ଜଣେ ମୃତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଲ‌ଇଣ୍ଡାମାଲ ଗ୍ରାମର ଶୁଭକାନ୍ତ ପ୍ରଧାନ ସଲେସିଂ ପାଖରେ ଏକ ଘୋରାଇ କଲେଜରେ ରୋଷେୟା ଭାବରେ କାମ କରନ୍ତି ସେ ଆଜି ସକାଳୁ ସାଇକେଲ ଯୋଗେ ଘରୁ ବାହାରି କଲେଜକୁ ଆସୁଥିବା ବେଳେ ବଡ଼ବାହାଲ ମିଶ୍ର ପୋଲ ପାଖରେ ବ‌ଉଦରୁ ସମ୍ବଲପୁର ଆସୁଥିବା ଏକ ବାଲି ବୋଝେଇ ହାଇୱ ଟ୍ରକ୍ OD 15 G 2655  ପଛ ପଟୁ ଧକ୍କା ଦେଇଥିଲା , ଫଳରେ ଶୁଭକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ 108 ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖନରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ବୁର୍ଲ ସ୍ଥାନାନ୍ତର ବେଳେ ହିନ୍ଦୋଳ ନିକଟରେ ତାଙ୍କର ମୃତ୍ୟୁ ହାଇଥିବା ଜଣାପଡିଥିଲା । ମୃତ ଦେହକୁ ରେଢ଼ାଖୋଲ ଫେରାଇଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି

Leave A Reply

Your email address will not be published.