ମୋହନା ଖ୍ରୀଷ୍ଟ ବିଶ୍ୱାସୀଙ୍କ ପୂଣ୍ୟ କ୍ରୁଶ ପଦଯାତ୍ରା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟବ୍ଳକରେ ବସବାସ କରୁଥିବା ଖ୍ରୀଷ୍ଟଧର୍ମା ବଲମ୍ବୀମାନଙ୍କ ପକ୍ଷରୁ ଶୁଭ ଶୁକ୍ରବାର( ଗୁଡ୍ ଫ୍ରାଇଡେ) ପାଳନ ହେବାର ଦୁଇ ଦିନ ପୂର୍ବରୁ ପୂଣ୍ୟ କ୍ରୁଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକର ବିରିକୋଟ, ଅଡ୍‌ବା, ବଡ଼ ଖଣି, କୁଟିଗୁଡ଼ା, ଶୁଖିଲାଆମ୍ବ,ଶାନ୍ତି ନଗର, ଲିଲିଗଡ଼,ଚାନ୍ଦିପୁଟ, ଥାଲିଗଣ୍ଡା, ଦମାଦୁଆ , ରାଇସିଂ, ରଙ୍ଗମାଟିଆ ଆଦି ଅଞ୍ଚଳର ଖ୍ରୀଷ୍ଟବିଶ୍ୱାସୀ ସେବାଭଗ୍ନି , ଧର୍ମଯାଜକ ମାନେ ମୋହନା ସେଣ୍ଟ ପିଟର ଚର୍ଚ୍ଚ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଚାନ୍ଦିପୁଟ ଚର୍ଚ୍ଚଗୁମ୍ଫା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ରାସ୍ତାର ବିଭିନ୍ନ ଛକଠାରେ ଧର୍ମଯାଜକ ଯୀଶୁଙ୍କ ଅମୃତ ବାଣୀ ପଠନ କରି ଶ୍ରଦ୍ଧାଳୁମାନଙ୍କୁ ଶୁଣାଇଥିଲେ। ଚାନ୍ଦିପୁଟ ଚର୍ଚ୍ଚଗୁମ୍ଫା ଠାରେ ସମସ୍ତେ ଏକତ୍ରିତ ହୋଇ ଯଜ୍ଞ ଉତ୍ସର୍ଗ କରିଥିଲେ। 

ପ୍ରାର୍ଥନା, ଉପାସନା ଓ ଉପବାସ ରହି ସଂସାରର ମଙ୍ଗଳ କାମନା କରିବା ସହିତ ପାପରୁ ମୁକ୍ତି ପାଇବାପାଇଁ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ  ବୋଲି ଫାଦର ସଞ୍ଜିବ କୁମାର ବୀର କହିଥିଲେ।ଏହି ପଦଯାତ୍ରାରେ ଫାଦର ବାଲେନ୍ତ୍ରିନ ଉଠାଣ ସିଂ, ପିଟର ଛିଞ୍ଚାଣି,ଶଶୀକାନ୍ତ ମାଳୀ, ଦୀନବନ୍ଧୁ ନାୟକ ପ୍ରମୁଖ ଧର୍ମଯାଜକ ସାମିଲ ଥିଲେ ।

Leave A Reply

Your email address will not be published.