ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ

0 1

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ଥି ନିଜର ନୂଆ ଟିମର ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। 

ସୂଚନା ଅନୁଯାୟୀ, ଭରତ ଅବସ୍ଥିଙ୍କ ନୂଆ ଟିମରେ ଜିଲ୍ଲା ଉପ-ସଭାପତି ଭାବରେ ସିୟାରାମ ଦାସଙ୍କୁ ଦାୟିତ୍ୱ ମିଳିଛି। ସେହିପରି ମନୀଷ ବାଜପେୟୀ,ଜୀବନ ସାର୍ଥକ ଦାସ ତଥା ନିମାଇଁ ଚରଣ ପଣ୍ଡା ସାଧାରଣ ସଂପାଦକ ଭାବରେ ଦାୟିତ୍ୱ ତୁଲାଇବେ। ଜିଲ୍ଲା କଂଗ୍ରେସର ସମ୍ପାଦକ ଦାୟୀତ୍ବରେ ରହିବେ ଅଲେଖ କୁମାର, ମନମୋହନ ଝା, ବସନ୍ତ କୁମାର ସାହୁ, ଜାଗ୍ୟ ସୁନା ତଥା ସମ୍ବିତ ପଟେଲ। ବରୁଣ ଓଡାକା କୋଷାଧ୍ୟକ୍ଷ ଭାର ସମ୍ଭାଳିବାକୁ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ବ୍ରଜମୋହନ କଲ୍ୟାରୀ, ଅଶୋକ ରାଏ, ସୁରେନ୍ଦ୍ର କୁମାର ପାଢ଼ୀ, ବନୀତା ନାୟକ, ରମ୍ଭାବତୀ ପ୍ରଧାନ, ଭାସ୍କର ପ୍ରଧାନ, ନୁରବିଦା ତୁଲି, ପ୍ରଶାନ୍ତ ସାହୁ, ମଦନ ସିଂ, ଡମ୍ବରୁଧର ନାୟକ, କୁମୁଦିନୀ ନାୟକ, ଦୁଷ୍ମନ୍ତ ପଟେଲ, ସନ୍ତୋଷ ସେଠ, ହୀରାଧର ମାଝି ମନୋନୀତ ହୋଇଛନ୍ତି। 

ଏତଦବ୍ୟତୀତ, ଝାରସୁଗୁଡ଼ା ବ୍ଲକ କଂଗ୍ରେସ ସଭାପତି ଭାବରେ ଅର୍ଜୁନ ନାୟକ, ଝାରସୁଗୁଡ଼ା ଟାଉନ କଂଗ୍ରେସ ସଭାପତି ସଞ୍ଜୟ ମହାପାତ୍ର, ଲଇକେରା ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଭୋଇ,ବ୍ରଜରାଜନଗର ଟାଉନ ସଭାପତି ପ୍ରଫୁଲ୍ଲ ପଣ୍ଡା, ବେଲପାହାଡ଼ ସଭାପତି ଭାସ୍କର ପଟେଲ, ଲଖନପୁର ବ୍ଲକ ସଭାପତି ଭାବରେ ଲିଙ୍ଗରାଜ ବଢ଼େଇଙ୍କୁ ଓ କୋଲାବିରା ବ୍ଲକ ସଭାପତି ଭାବରେ ଶ୍ରୀକର ସାହୁଙ୍କୁ ଦାୟୀତ୍ୱ ଦିଆଯାଇଛି ବୋଲି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ଥି ସୂଚନା ଦେଇଛନ୍ତି।

Leave A Reply

Your email address will not be published.