ଝାରସୁଗୁଡ଼ା :(ସୁଭାଷ ସହାରେ):- ଆଜି ମାର୍ଚ୍ଚ ୮ ତାରିଖ ବିଶ୍ଵ ମହିଳା ଦିବସ ଅବସର ଥରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଦୂର୍ଗତୀ ନାଶିନୀ ଚେରିଟେବୁଲ୍ ଟ୍ରଷ୍ଟ ଝାରସୁଗୁଡ଼ା ଜିଲ୍ଲା କମିଟି ଆଉ ସମଲପୁର ଜିଲ୍ଲା କମିଟି ତରଫରୁ ବିଶ୍ଵ ମହିଳା ଦିବସ ପାଳନ ହୋଇଛି। ଆଜି ମୂଖ୍ୟ କାର୍ଯ୍ୟାଳୟ ଶ୍ରୀପୁରା ଆଉ ଶାଖା କାର୍ଯ୍ୟାଳୟ ବିଶାଳଖିଣ୍ଡା ଠାରେ ସଂଗଠନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ କରା ଯାଇଚି। ଏ ଅବସରରେ ଛୋଟ ଛୋଟ ଛୁଆମାନଙ୍କୁ ବିସ୍କୁଟ ବଣ୍ଟନ କରା ଯାଇଥିଲା ଆଉ ମହିଳା ସୁରକ୍ଷା ମହିଳା ସଶକ୍ତିକରଣ ଉପରେ ବିଶେଷ ଆଲୋଚନା ହେଇଥିଲା ।ସଂଗଠନ କୁ ଆହୁରି ଅଧିକ ସୁଦୃଢ କରି ସମାଜସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରବାର ସାଙ୍ଗେ ଆଗମୀ ଦିନରେ ଆର୍ଥିକ ଦୃଷ୍ଟିରୁ ଅବହେଳିତ ପରିବାର ର ଝିଅ ବିବାହ ଯୋଜନା ବହୁତ ଜଳଦି ଆରମ୍ଭ କରଯିବା ବଲି ସର୍ବ ସମ୍ମତି ରେ ପ୍ରସ୍ତାବ ଆଗତ କରା ଯାଇଥିଲା। ,ମଦମୁକ୍ତ ସମାଜ ଗଠନ ଲାଗି ସଂଗଠନ ସବୁବେଳେ ପ୍ରୟାସ ଜାରି ରହିବା ସହ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଓଡ଼ିଶା କେ ମଦମୁକ୍ତ କରିବା ପାଇଁ ରାଜ୍ୟ ସ୍ତର ରେ ଆନ୍ଦୋଳନ ଚାଲିଛେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ରେ ନିଜକୁ ଆହୁରି ସୁଦୃଢ ଭାବେ ସାମିଲ ହୋଇ ମଦମୁକ୍ତ ଓଡ଼ିଶା ଗଠନ ଦିଗରେ ଲଢେଇ ଜାରି ରଖବା ସଂଗଠନ ର ଆର୍ଥିକ ସ୍ଥିତି କେ ସୁଦୃଢ କରବାର ଲାଗି ବିଭିନ ପ୍ରସ୍ତାବ ନିଆ ଯାଇଥିଲା ସଭା ରେ ସଂଗଠନ ର ଫାଉଣ୍ଡର ଡାଇରେକ୍ଟର ଅଜିତ କୁମାର ରଥ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସଂଗଠନ ଝାରସୁଗୁଡ଼ା ଜିଲ୍ଲା ସଭାପତି ଶ୍ରୀମତୀ ମିନତୀ ପାତ୍ର ସଭାପତିତ୍ବ କରିଥିଲେ ସଂଗଠନ ବହୁତ ମହିଳା ସଭା ରେ ସାମିଲ ହୋଇଥିଲେ ଶେଷରେ ସଂଗଠନ ର ଉପସଭାପତି ଶ୍ରୀମତୀ ନଳିନୀ ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post