ବରଗଡ :ବସନ୍ତ ପଞ୍ଚମୀ ଦିନ ପୂର୍ବତନ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ,ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ସଂସ୍ଥାପକ ତଥା ପଶ୍ଚିମ ଓଡ଼ିଶା ଦଧିବାମନ ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ହିମାଂଶୁ ଶେଖର ରଥଙ୍କର ଧର୍ମ ପତ୍ନୀ ତଥା ଲୁଦୁପାଲି ଗ୍ରାମର ଗାଉଁତିଏନ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କର ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଅନ୍ତରାଳରେ ପୁଅ-ବୋହୂ, ଝିଅ-ଜ୍ବାଇଁ,ନାତି-ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି।ଜ୍ୟେଷ୍ଠ ପୁତ୍ର ଦିଲ୍ଲିପ ମୁଖାଗିନୀ ଦେଲେ। ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ଡ.ଅମର ପଟ୍ଟନାୟକ,ଡ଼.ସସ୍ମିତ ପାତ୍ର,କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ମନ୍ତ୍ରୀ ସୁଶାନ୍ତ ସିଂ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ,OFDC ମୁଖ୍ୟ କୁନା ତ୍ରିପାଠୀ,ପୂର୍ବତନ ସାଂସଦ ଡଃ ପ୍ରଭାସ ସିଂ,କଳିକେଶ ସିଂ ଦେଓ,ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀ, ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କୃତିବାଶ ରାଉତ, ପ୍ରଶାସକ ସବ୍ୟସାଚୀ ପଣ୍ଡା,ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ଯ୍ୟ,ବିକାଶ ଗ୍ରୁପ ମୁଖ୍ୟ ଡ଼ି. ମୁରଲୀ କ୍ରିଷ୍ଣା, ସାଇକୃପା ନର୍ସିଂହୋମ ମୁଖ୍ୟ ଡାକ୍ତର ସସ୍ମିତା ଦାସ ଓ ଡାକ୍ତର ରାଜେଶ ତ୍ରିପାଠୀ, ନିଷ୍ଠା ପରିବାର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, ଡ.ଜସ୍ଵୀର ସିଂ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କର ଅନ୍ତିମ ସଂସ୍କାର ଗ୍ରାମ ଲୁଦୁପାଲିରେ ଗ୍ରାମ ବାସୀ ତଥା ବ୍ଲକର ବହୁ ଗଣ୍ୟ ମାଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସମ୍ପାଦିତ ହୋଇଥିଲା |
Sign in
Sign in
Recover your password.
A password will be e-mailed to you.
Next Post