ଚାରମାଳ ସାପ୍ତାହିକ ବଜାରରୁ ନାବାଳକ ନିଖୋଜ 

0 2

(ରେଢ଼ାଖୋଲରୁ ଅନିଲ ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଚାରମାଳ ଥାନା ଅନ୍ତର୍ଗତ ବଡନୂଆପଡା ଗ୍ରାମର ପବିତ୍ର ମିର୍ଦ୍ଧାଙ୍କ ନାବାଳକ ପୁଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ଚାରମାଳ ପୁଲିସ ଥାନା କେସ ନଂ, ୧୮/୨୦୨୧ରେ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ କରୁଥିବା ଜଣାପଡ଼ିଛି। ପ୍ରାପ୍ତ ସୁଚନା ମତେ ଗତ ୯ ତାରିଖ ମଙ୍ଗଳବାର ଅଷ୍ଟମ ଶ୍ରେଣୀ ଛାତ୍ର ଲବ ମିର୍ଦ୍ଧା(୧୩) ଚାରମାଳ ସାପ୍ତାହିକ ବଜାରକୁ ଆସି ଆଉ ଘରକୁ ଫେରିନ ଥିଲା ବାପା ପବିତ୍ର ଆଖପାଖ ଅଞ୍ଚଳରେ ଖୋଜିବା ସହ ବନ୍ଧୁବାନ୍ଧବଙ୍କଠାରୁ ପୁଅର କୌଣସି ପତ୍ତା ନପାଇବାରୁ ଶେଷରେ ଚାରମାଳ ଥାନାରେ ଅଭିଯୋଗ କରିଥିଲେ I

Leave A Reply

Your email address will not be published.