ସେକ୍ସ ରାକେଟ ପର୍ଦ୍ଦାଫାଶ କଲେ ଓଡ଼ଗାଁ ପୋଲିସ

0 2

 ଯୁବକ ଗିରଫ, ସ୍ୱଳ୍ପ ରହଣୀ ଗୃହରେ ରହିଲେ ୨ ଯୁବତୀ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଅଖାରୀୟା ଗ୍ରାମ ମୁଣ୍ଡରେ ଥିବା ଏକ ଗୃହରେ ଶୁକ୍ରବାର ରାତିରେ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ଏସଆଇ ସ୍ନେହଲତା ପ୍ରଧାନ, ସଞ୍ଜୟ ପରିଡ଼ାଙ୍କ ସହିତ ଅନ୍ୟ ସହକର୍ମୀମାନେ ମିଳିତ ଚଢାଉ କରି ଦିର୍ଘ ଦିନ ଧରି ସେଠାରେ ଚାଲିଥିବା ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛନ୍ତି । ଚଡାଉ ବେଳେ ଜଣେ ଯୁବକଙ୍କ ସହିତ ୨ଜଣ ଯୁବତୀଙ୍କୁ ଧରିବା ସହିତ ଆପତ୍ତିଜନକ ସାମଗ୍ରୀ ଓ ଟଙ୍କା ଜବତ କରିଥିଲେ । ଅଟକ ଯୁବକ ଯୁବତୀଙ୍କୁ ପଚରା ଉଚରା କରିବା ପରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଓଡ଼ଗାଁ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଆରଡ଼ା ହରିଜନ ସାହିର ଅଭିଯୁକ୍ତ ଯୁବକ ବସନ୍ତ ନାୟକ(୩୫)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିି । ଅନ୍ୟପକ୍ଷରେ ୨ଯୁବତୀଙ୍କୁ ନୟାଗଡ଼ଠାରେ ଥିବା ଏକ ସ୍ୱଳ୍ପ ରହଣୀ ଗୃହରେ ରଖାଯାଇଛି । ପ୍ରକାଶ ଥାଉକି ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧକାଳ ଧରି ଅଖାରୀୟା ଓ ଗୋତିରିଡା ଗାଁ ନିକଟରେ ଏହି ସେକ୍ସ ରାକେଟ ଚାଲି ଆସୁଥିଲା । ବ୍ରହ୍ମପୁର, ଭୁବନେଶ୍ୱର ସହିତ ଓଡଶାର ବିଭିନ୍ନ ସ୍ଥାନରୁ ଯୁବତୀ ମାନେ ଏଠାକୁ ଆସିଥାନ୍ତି । ଏହି ରାକେଟର କିଙ୍ଗପିନ କୁହାଯାଉଥିବା ଜନୈକ ଯୁବତୀଙ୍କ ହତ୍ୟା ପରେ କିଛିଦିନ ଧରି ଧନ୍ଦା ଶିଥିଳ ପଡିଯାଇଥିଲା । ପୁନର୍ବାର ସେହି ଅଂଚଳରେ ସେକ୍ସରାକେଟ ଚାଲୁଥିବା ସୂଚନା ପାଇ ଗତକାଲି ରାତି ୧୦ ସମୟରେ ଓଡ଼ଗାଁ ପୋଲିସ ସେଠାରେ ମିଳିତ ଚଢାଉ କରି ରାକେଟର ପର୍ଦ୍ଦାଫାଶ କରିଥିଲେ । 

 

Leave A Reply

Your email address will not be published.