ଚାଷୀଙ୍କ ଧାନକିଣା ସମସ୍ୟା ନେଇ ଝାରସୁଗୁଡ଼ା ବିଜେପିର ଚକବନ୍ଦ ଆନ୍ଦୋଳନ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଭାରତୀୟ ଜନତା ପାର୍ଟି, ଝାରସୁଗୁଡ଼ା ତରଫରୁ ବ୍ରଜରାଜନଗର ଓ ଝାରସୁଗୁଡ଼ାଠାରେ ଚାଷୀମାନେ ଧାନବିକ୍ରି  ନେଇ ସମ୍ମୁଖୀନ ହେଉଥିବା ସମସ୍ୟା ବିରୋଧରେ ଚକବନ୍ଦୀ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଓଡ଼ିଶାରେ ବିଜେଡି ସରକାର ସମ୍ପୂର୍ଣ୍ଣ ଭାବରେ ଧାନ କିଣିବା ପାଇଁ ବିଫଳ ହୋଇଛି ବୋଲିବିଜେପି ନେତାମାନେ ଅଭିଯୋଗ କରିଛନ୍ତି। 

ବ୍ରଜରାଜନଗରଠାରେ ପଞ୍ଚଗ୍ରାମଠାରେ ହୋଇଥିବା ଚକବନ୍ଦୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ। ଅନ୍ୟମାନଙ୍କ ମଧ୍ୟରେ ଚକାନନ ସାହା, ରଘୁନନ୍ଦନ ପଣ୍ଡା, ସୁଦାମ ପ୍ରଧାନ, ରୁକୁମନ ଧରୁଆ, ବାବଲୁ ଦାଶ, କୁନ୍ଦନ ସିଂହଦେଓ ପ୍ରଭୃତି ଉପସ୍ଥିତ ଥିଲେ। 

ଝାରସୁଗୁଡ଼ାର ପ୍ରସନ୍ନ ପଣ୍ଡା ଛକଠାରେ ଚକବନ୍ଦୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଦିନେଶ ଜୈନ। ଅନ୍ୟମାନଙ୍କ ମଧ୍ୟରେ ନେତାଜୀ ପଟ୍ଟନାୟକ, ସତ୍ୟ ବହିଦାର, ସୁନୀଳ ପଣ୍ଡା, ନରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.