ଆଗରୁ ତହସିଲଦାରଙ୍କ ଦୁର୍ବ୍ୟବହାର କରିଥିଲେ, ଆଜି ଯୁବ ବ୍ୟବସାୟୀଙ୍କୁ କୁଟିଲେ

0

ଥାନା ଅଧିକାରୀଙ୍କ ମାଡ଼ରେ ଯୁବ ବ୍ୟବସାୟୀ ଗୁରୁତ୍ତର

ଚିକିତ୍ସା ନିମନ୍ତେ ପିଆରଏମକୁ ମେଡିକାଲ କଲେଜକି ସ୍ଥାନାନ୍ତରିତ 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବଡ଼ସାହି ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ମାଡ଼ମାରି ବଡ଼ସାହି ଅଞ୍ଚଳର ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଦାସ ଓରଫ୍ କୁକୁ(୩୮)ଙ୍କ ମୁଣ୍ଡ ଫଟାଇ ଦେଇଥିବାର ଅଭିଯୋଗ ହୋଇଛି । ଅଭିଯୋଗକାରୀ ଶ୍ରୀକାନ୍ତଙ୍କ କହିବା ଅନୁସାରେ ତାଙ୍କର ରେଜିଷ୍ଟାର ରୁଦ୍ରାଳି କନଷ୍ଟ୍ରାକ୍ସନ(ଫ୍ଲାୟ ଆସ ବ୍ରିକ୍ସ) ବ୍ୟବସାୟ ରହିଛି । ସରକାରଙ୍କର ସମସ୍ତ ଆଇନକାନୁନ ପରିସରରେ ରହି ବ୍ୟବସାୟ ଚଳାଇ ଆସୁଥିବା ବେଳେ ହଠାତ୍ ଥାନା ଅଧିକାରୀ ଶ୍ରୀଖଣ୍ଡେଇ ତାଙ୍କୁ ଥାନାକୁ ରବିବାର ପୂର୍ବାହ୍ନରେ ଥାନାକୁ ଥାନା କର୍ମଚାରୀ କମଳଙ୍କ ଦ୍ୱାରା  ଡ଼କାଇ ଫାର୍ମରେ ବାଲି କିଣା ଉପରେ ପ୍ରଶ୍ନ କରିବା ସହିତ କିଣା ଉପରେ ରେଜିଷ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ତଦାରଖ କରିବା ନିମନ୍ତେ ମାଗିଥିଲେ । ଏହାପରେ ଫାର୍ମର ରେଜିଷ୍ଟର ଆଦି ଦେଖାଇବା ପରେ ଏକ ଟ୍ରାକ୍ଟର ନିକଟରୁ କିଣିଥିବା ୪ ଟ୍ରାକ୍ଟର ବାଲି ଥାନାକୁ ନେଇ ଆସିବାକୁ କହିଥିଲେ । ଥାନାକୁ ୪ ଟ୍ରାକ୍ଟର ବାଲି ଆଣି ପହଁଞ୍ଚାଇ ଦେବା ପରେ ଥାନା ଅଧିକାରୀ ଶ୍ରଖଣ୍ଡେଇ ତାଙ୍କ ମୁଣ୍ଡରେ ପୂର୍ବରୁ ଆଘାତ ପାଇ ଷ୍ଟିଚ ପଡ଼ିଥିବା ସ୍ଥାନରେ ଆଘାତ କରିବା ପରେ ଏସପି, ଡ଼ିଏସପି ମୁଖ୍ୟମନ୍ତ୍ରୀ ଯାହାପାଖକୁ ଯାଉଛୁ ଯା କେହି ମୋର କିଛି କରିପାରିବେ ନାହି ବୋଲି ଧମକ ଦେଇଥିଲେ ।  ଫଳରେ ସେ ଗୁରୁତ୍ତର ଆହତ ହୋଇପଡ଼ିବା ପରେ ପ୍ରଥମେ ବଡ଼ସାହି ଡ଼ାକ୍ତରଖାନା ଚିକିତ୍ସା ନିମନ୍ତେ ପୁଲିସ ଭର୍ତ୍ତି କରାଇଥିଲେ । ବଡ଼ସାହି ଡ଼ାକ୍ତରଖାନା ପକ୍ଷରୁ ଶ୍ରକାନ୍ତ ଦାସଙ୍କୁ ବାରିପଦା ପିଏମଆର ମେଡ଼ିକାଲ କଲେଜ ଓ ହସପିଟାଲକୁ ରେଫର କରାଇଥିଲେ ଏବଂ ବାରିପଦାରେ ମୁଣ୍ଡରେ ବ୍ୟାଣ୍ଡେଜ, ଇଞ୍ଜେକସନ  ଆଦି ଔଷଧପତ୍ର ଦେବା ସାଙ୍ଗକୁ ମୁଣ୍ଡ ସ୍କାନ କରାଇବାକୁ ପରାମର୍ଶ ଦିଆଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଶ୍ରୀକାନ୍ତ ଦାସ ବଡ଼ସାହି ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହି ଚିକିତ୍ସିତ ହେଉଥିବାର ପରିଲକ୍ଷିତ ହୋଇଥିଲା । ଏଥି ସହିତ ସେ ନ୍ୟାୟ ଚାହାନ୍ତି । କୌଣସି ଭୂଲ କିମ୍ବା ଅପରାଧ କରିନଥିବା ବେଳେ ବଡ଼ସାହି ଥାନା ଅଧିକାରୀ କୌଣସି କାରଣରୁ ଇଚ୍ଛାକୃତ ଭାବେ ତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରାଇ ଆସୁଛି । ତେଣୁ ଜାମିନରେ ବାହାରିବା ପରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଶ୍ରୀକାନ୍ତ ଦାସ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ମଧ୍ୟରେ ଚିତକାର କରୁଥିବାର ଦେଖିବାକୁ ମିଳିଥିଲା । 

ଏ ବିଷୟରେ ବଡ଼ସାହି ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇଙ୍କୁ ତାଙ୍କର ସେଲ ନମ୍ବର ୯୬୬୮୮୪୦୦୯୦ରେ ଯୋଗାଯୋଗ କରିବାରୁ, ତାଙ୍କ ନାମରେ ଶ୍ରୀକାନ୍ତ ଦାସ ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ରହି ନାହିଁ । ସେ କୌଣସି ଆଘାତ କରି ନାହାନ୍ତି । ମୁଣ୍ଡରେ ଯେଉଁ ଆଘାତ କଥା କହୁଛି, ତାହା ୫ ଦିନ ପୂର୍ବର । ଆମେ ସେହି ଇଞ୍ଜୁରୀ ରିପୋର୍ଟ ଦେଇଛୁ । ଥାନାରେ ଶ୍ରୀକାନ୍ତ ନାମରେ ବାଲି ଚୋରାକାରବାର ଅଭିଯୋଗ ଆସିଛି ଏବଂ ଥାନାରେ ଶ୍ରୀକାନ୍ତ ଦାସଙ୍କ ବିରୋଧରେ  କେଶ ନଂ ୧୯୩/୨୦୧୮ ଦଫା ୩୭୯, ୪୧୧ ଓ ୩୪ ଆଇପିସି ସହିତ ୫୧ ଓଏମଏନସି ରୁଲ୨୦୧୬ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଉକ୍ତ ମାମଲାରେ ତାଙ୍କୁ ଥାନାକୁ ଡ଼କାଇ ପଚରାଉଚରା କରାଉ ଥିଲେ ବୋଲି ଥାନା ଅଧିକାରୀ ଶ୍ରୀଖଣ୍ଡେଇ ଉତ୍ତର ଦେଇଥିଲେ । ଥାନା ଅଧିକାରୀ ଶ୍ରୀଖଣ୍ଡେଇଙ୍କ କଥାକୁ ସମ୍ପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି ପୁଲିସ ରେକଡର଼୍ରେ ଅଭିଯୁକ୍ତ ଦର୍ଶାଯାଇଥିବା ଶ୍ରୀକାନ୍ତ ଦାସ ।

 ତେବେ ବଡ଼ସାହି ଥାନା ଅଧିକାରୀ ତାଙ୍କ କ୍ଷମତା ପରିସରର ବାହାରକୁ ଯାଇ କାର୍ଯ୍ୟକରିଛନ୍ତି ଓ ବାଲି ରାଜସ୍ୱ ବିଭାଗ ଅଧୀନରେ ଯାଉଥିବାରୁ ଏହାର ତଦାରଖ କରିବା ଦାୟିତ୍ୱ ରାଜସ୍ୱ ବିଭାଗ କର୍ମଚାରୀଙ୍କର ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଥାନା ଅଧିକାରୀ ଶ୍ରୀଖଣ୍ଡେଇ ବଡ଼ସାହି ତହସିଲଦାରଙ୍କୁ ଦୁର୍ବ୍ୟହାର କରିଥିବାର ମଧ୍ୟ ଅଭିଯୋଗ ରହିଛି । ଏହାକୁ ଜିଲ୍ଲା ଓଏଏସ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା ମଧ୍ୟ କରାଯାଇଥିବାର ନଜିର ରହିଛି । 

 

Leave A Reply

Your email address will not be published.