ଚାଷୀ ସମସ୍ୟା ସମାଧାନ ଦାବିରେ ରେଢ଼ାଖୋଲ ବିଜେପି ପକ୍ଷରୁ ଚକାଜାମ  ଆନ୍ଦୋଳନ।

0 2

 ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମଗ୍ର ରାଜ୍ୟରେ ଲାଗି ରହିଥିବା ଚାଷୀ ,ଧାନ ବିକ୍ରିର ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀରେ  ଶନିବାର ବିଜେପି ପକ୍ଷରୁ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲା ଯଥା ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆଁପଡା, ସୋନପୁର, ବୌଦ୍ଧ ଆଦିର ସମସ୍ତ ୩୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଚକାଜାମ୍ ଆନ୍ଦୋଳନ କରାଯିବ  ବୋଲି ଘୋଷଣା କରାଯାଇଥିଲା।

        ଏହି ପରିପ୍ରେକ୍ଷୀରେ ଶନିବାର ଦିନ ପୂର୍ବାହ୍ନ ୧୦ଘଣ୍ଟାରୁ ମଧ୍ୟାହ୍ନ ୧ ଘଣ୍ଟା  ପର୍ଯ୍ୟନ୍ତ ରେଢାଖୋଲ ସହର ଦେଇ ଯାଇ ଥିବା କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ  ବସଷ୍ଟାଣ୍ଡ  ଭୀମ ଭୋଇ ଛକରେ ଜାତୀୟ ରାଜପଥ ଅବରୋଧ କରି ଚକା ଜାମ ଆନ୍ଦୋଳନ କରା ଯାଇଥିଲା। ଏହି ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା।  ଏହି ଆନ୍ଦୋଳନରେ  ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରତାପ ପ୍ରଧାନ, ନଗର ସଭାପତି ରାମାନୁଜ ମହାପାତ୍ର, ସାଧାରଣ ସମ୍ପାଦକ ନରେନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ବୈଠାରୁ,  ନାକଟିଦେଉଳ ବ୍ଲକର ଜିଲ୍ଲା ପରିଷଦ ପ୍ରମୋଦ ସାହୁ, ପୂର୍ଣ ଚନ୍ଦ୍ର ଗରତିଆ, ସୌମ୍ୟ ରଞ୍ଜନ ଶାସନୀ, ସଂକୀର୍ତ୍ତନ ଶାସନୀ, ଲବ ଷଣ୍ଢ, ମନୋଜ ପ୍ରଧାନ, ରବି ରଥ  ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.