ଗୋଲାମୁଣ୍ଡା : ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ 

0 2

ଗୋଲାମୁଣ୍ଡାବ୍ଲକ ରୁ ନହୁସ ବାଗ : ଦୀର୍ଘ ଦିନଧରି ପାଣି ସମସ୍ୟା ଉପରେ ପ୍ରଶାସନକୁ ଅନେକ ଦାବିପତ୍ର ଦେବା ସତ୍ୱେ ପୂରଣ ନ ହେବାରୁ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡା ଗ୍ରାମବାସୀ ଗୋଲାମୁଣ୍ଡାରୁ କେଗାଁ ଯାଉଥିବା ରାସ୍ତାଉପରେ ଶହଶହ ସଂଖ୍ୟାରେ ଜମାହୋଇ ରାସ୍ତା ଅବରୋଧ କରିଥିଲେ !ଏଥିରେ କଂଗ୍ରେସଜିଲ୍ଲା ସାଧାରଣ ସମ୍ପାଦକ ସାହୁଲ ମଙ୍ଗରାଜ ସହ ମଣ୍ଟୁ ସାହୁ ମଧ୍ୟ ରାସ୍ତା ଅବରୋଧରେ ଭାଗ ନେଇଥିଲେ ! ଯାହା ଫଳରେକି ଗମନାଗମନରେ ଯିବାଆସିବା ଠପ ହୋଇପଡିଛି ! ଯାହା ଶୁଣିବାକୁ ମିଳୁଛି ଏହିଗାଁର ଯେତେ ନଳକୂପ ଅଛି ଫ୍ଲୋରାଇଡ ଅଧିକ ମାତ୍ରାରେ ଥିବାରୁ ଅନେକଲୋକ କୀଡୀନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ଧାରଣାରେ ବସିଥିବା ଏକମହିଳା ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ ! ସ୍ଥାନୀୟ ଗୋଲାମୁଣ୍ଡା ତହସିଦାର ଓ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ବୁଝା ସୁଝା କରିଥିଲେ ହେଲେ ଗ୍ରାମବାସୀ ତାଙ୍କ କଥାକୁ ମାନି ନ ଥିଲେ ! ଶେଷରେ କନିଷ୍ଠ ଯନ୍ତ୍ରୀ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗଦେବା ସହ କାମ ସମ୍ପୂର୍ଣ ନ ହେଲା ପର୍ଯ୍ୟନ୍ତ ଗାଁକୁ ପାଣିଟାଙ୍କି ଜରିଆରେ ପାଣି ଯୋଗାଇ ଦେବା ପାଇଁ ଏକ ଲିଖିତ ପ୍ରତିଶୃତି ଦେବାପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ |

http://www.youtube.com/watch?v=NPrPIZ_oWEk 

 

Leave A Reply

Your email address will not be published.