ଅଧ୍ୟାପକଙ୍କ ଘର ମାଟି ତଳୁ ମିଳିଲା ବହୁମୂଲ୍ୟ କାଠ ଗଣ୍ଡି। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଇଂଜିନିୟରିଂ ସ୍କୁଲ ପରିସରରୁ ଜନୈକ ଅଧ୍ୟାପକଙ୍କ ଘର ନିକଟରୁ ମାଟି ତଳୁ ବହୁମୂଲ୍ୟ କାଠଗଣ୍ଡି ଉଦ୍ଧାର କରାଯାଇଛି। ଘଟଣାଟି ଜଣା ପଡ଼ିଲା ପରେ ଅଞ୍ଚଳରେ ଚହଳ ପଡ଼ିଯାଇଛି। 

ସୂଚନା ଅନୁଯାୟୀ, ଇଂଜିନିୟରିଂ ସ୍କୁଲ ପରିସରରେ ଅନେକ ମୂଲ୍ୟବାନ ଗଛ ଯଥା ସାଗୁଆନ, ଶାଳ, ପିଆଶାଳ ତଥା ଶିଶୁ ଗଛ ରହିଥିଲା। ଏହାକୁ ଟ୍ରିମିଂ କରିବା ପାଇଁ ଅନୁଷ୍ଠାନ କର୍ତ୍ତୃପକ୍ଷ ଜଙ୍ଗଲ ବିଭାଗ ନିକଟରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଗଛଗୁଡ଼ିକ ଜଙ୍ଗଲ ବିଭାଗର ବିନାନୁମତିରେ କଟିଯାଇଥିବା କିଛି ସାମାଜିକ କର୍ମୀ ଅନୁମାନ କରି ବିଭାଗକୁ ଅଭିଯୋଗ କରିଥିଲେ। ଏହାପରେ ଦଶରୁ ବାର ଗୋଟି ବଡ଼ ବଡ଼ ଶିଶୁ ଗଣ୍ଡି ଜନୈକ ଅଧ୍ୟାପକଙ୍କ ଘର ନିକଟରେ ଥିବା ମାଟି ତଳୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଅନ୍ୟାନ୍ୟ ମୂଲ୍ୟବାନ କାଠର କୌଣସି ସନ୍ଧାନ ମିଳିନାହିଁ। ସ୍କୁଲର ଅଧ୍ୟକ୍ଷା ପ୍ରଗତି ଦାସ ଏ ନେଇ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ଆବଶ୍ଯକ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇ କହିଛନ୍ତି।

Leave A Reply

Your email address will not be published.