ସମ୍ବଲପୁରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ।

0 2

ସମ୍ଵଲପୁର/ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟରେ ଶିଳ୍ପ ଅନୁଷ୍ଠାନ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶର ଆବଶ୍ୟକତା ଓ ଏଥିପାଇଁ ରହିଥିବା ସରକାରୀ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ |  ଏଥିରେ ଯେଉଁ ଉଦ୍ୟୋଗୀମାନେ ଭାଗ ନେଇଥିଲେ ସେମାନେ ଖୁଦ୍ର ଶିଳ୍ପ ଓ ମଧ୍ୟମ ଶିଳ୍ପରେ ଯେଉଁ ସବୁ ସରକାରୀ ବ୍ୟବସ୍ଥା ରହିଛି ତାହା ସମସ୍ତଙ୍କୁ ବୁଝାଇଥିଲେ। ଯେଉଁ ଉଦ୍ୟୋଗୀ ମାନେ ନିଜେ ନିଜ ଉଦ୍ୟମରେ ସଫଳତା ପାଇଛନ୍ତି ତାଙ୍କ ଅନୁଭୂତି କହିଥିଲେ। ଏଥିରେ ସମ୍ବଲପୁର ଜିଲ୍ଲାର ଅନେକ କଳ କାରଖାନାର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

http://www.youtube.com/watch?v=2ej2haC6QS4      

Leave A Reply

Your email address will not be published.