ଷ୍ଟେସନ ନିକଟରୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଇବ ଷ୍ଟେସନ ନିକଟରେ ଜଣେ ଅଜଣା ଯୁବତୀଙ୍କ ଶବ ଉଦ୍ଧାର ହୋଇଛି। ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ଏହି ମୃତ ଯୁବତୀଙ୍କ ବୟସ ପ୍ରାୟ ୨୦ ରୁ ୨୧ ହେବ ବୋଲି ଅନୁମାନ କରାଯାଇଛି। ମୃତ୍ୟୁର କାରଣ ବିଷୟରେ ବିଶେଷ କିଛି ଜଣା ପଡ଼ି ନଥିବା ବେଳେ ଟ୍ରେନରୁ ଖସି ପଡ଼ି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ରେଳବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ ଯୁବତୀଙ୍କ ପରିଚୟ ଓ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି।

Leave A Reply

Your email address will not be published.