ରାୟଗଡା ଜିଲ୍ଲାପାଳଙ୍କ ଗୁଣପୁର ବ୍ଲକ ଗସ୍ତ । 

0 1

ଗୁଣୁପୁର (ମାଧବ ବିଡ଼ିକା) : ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗୁଣପୁର ବ୍ଲକ ଗସ୍ତରେ ଆସି ଗୁଣପୁର ସଦରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ସମୀକ୍ଷା କରିବା ସହ ଭିତ୍ତିଭୂମି ଉନ୍ନୟନ ଉପରେ ଆଲୋକପାତ କରିଥିଲେ । ପରେ ଗୁଣପୁର ବ୍ଲକର ଟିଟିମିରି, ଭୀମପୁର, ସୀମା, ତିନିଆମ୍ବ ପ୍ରଭୃତି ଗ୍ରାମ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଜୁ ପକ୍କାଘର, ଶିଶୁଙ୍କ ପୁଷ୍ଟିକର ଖାଦ୍ୟପେୟ, ଖାଉଟି ଠିକ ସମୟରେ ପାଉଛନ୍ତି ନା ନାହିଁ ଆଦି ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଭୀମପୁରସ୍ଥିତ ମାଛଡ଼ିଆ ଜଳ ପ୍ରପାତ ଠାରେ ପର୍ଯ୍ୟଟନ ସ୍ଥଳିର ଉନ୍ନତିକରଣ ଦେଖି  ଆହୁରି ଉନ୍ନତି କରିବା ନିମନ୍ତେ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରା ଚାନ୍ଦ ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ଶ୍ରୀ ଫର୍ଣ୍ଣଣ୍ଡିଜ ଏକ୍କା, ପଞ୍ଚାୟତ ସମିତି ଅଧ୍ୟକ୍ଷ। ଶ୍ରୀମତୀ ଦେବକୀ ଗମାଙ୍ଗ, ଜିଲ୍ଳା ପରିଷଦ ସଭ୍ୟ ଶ୍ରୀ ଅଶ୍ବିନୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

http://www.youtube.com/watch?v=HmUgDUOh5tg 

Leave A Reply

Your email address will not be published.