ଧ୍ୟାନ, ଆତ୍ମଜ୍ଞାନ,ବୈରାଗ୍ୟର ବାର୍ତ୍ତାନେଇ ସାଇକେଲ୍ ଯାତ୍ରାରେ ମାନବ 

0 2

ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ଆରମ୍ଭହୋଇ ସାରିବା କଲିକତା ମା କାଳୀଙ୍କ ପାଖରେ 

ବାରିପଦା(ଦିଲ୍ଲୀପ ମହାନ୍ତି) : ଧ୍ୟାନ, ଆତ୍ମଜ୍ଞାନ,ବୈରାଗ୍ୟର ବାର୍ତ୍ତା ପ୍ରସାର ନେଇ ଯୁବକଙ୍କ ସାଇକେଲ୍ ଯାତ୍ରା। ମନ୍ଦିରମାଳିନୀ ଭୁବନେଶ୍ବରର ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କଲିକତାର ମା କାଳୀଙ୍କ ପାଖରେ ସରିବ। ତାତ୍ତ୍ବିକ ବିଷୟକୁ ନେଇ ଭୁବନେଶ୍ବରର ଯୁବକ ମାନବ ବାଗରିଆ(୨୧)ଙ୍କ ଏହି ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଛି।  ଆଜିର ଯୁଗରେ ଧ୍ୟାନ,ଆତ୍ମଜ୍ଞାନ,ବୈରାଗ୍ୟ ଭଳି ସୁକ୍ଷ୍ମ ପ୍ରସଙ୍ଗକୁ ଯୁବସମାଜ ନିକଟରେ ପହଞ୍ଚାଇବା ଏହି ସାଇକେଲ୍ ଯାତ୍ରାର ଉଦ୍ଦେଶ୍ୟ ବୋଲି ମାନବ ପ୍ରକାଶ କରିଛନ୍ତି। ଏହି ଶାନ୍ତିଯାତ୍ରାରେ ସେ ଧବଳଗିରିର ଶାନ୍ତିସ୍ତୂପରୁ କଟକ, ଭଦ୍ରକ, ବାଲେଶ୍ଵର, ବାରିପଦା ଦେଇ କଲିକତା ଯିବେ । ଏହି ଯାତ୍ରାର ଷଷ୍ଠ ଦିନରେ ଆଜି ବାରିପଦାରେ ପହଞ୍ଚିଛନ୍ତି ମାନବ । ଏହି ଅବସରରେ ମାରୱାଡି ୟୁବା ମଞ୍ଚ ବାରିପଦା ପ୍ରଗତି ଶାଖା ପକ୍ଷରୁ ସ୍ଥାନୀୟ ବଡବଜାରସ୍ଥିତ ସତ୍ୟନାରାୟଣ ମନ୍ଦିରରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା  । ଏନେଇ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ମୟୂରଭଞ୍ଜ ରାଜ ପରିବାରର ରାଜଜେମା କୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ଉପସ୍ଥିତ ରହି ମାନବଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ମାରୱାଡି ୟୁବା ମଞ୍ଚ ପ୍ରଗତୀ ଶାଖାର ହେମନ୍ତ ସାହାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ସମାଜସେବୀ, ଗୋଶାଳାର ଅଧ୍ୟକ୍ଷ ତଥା ସତ୍ୟନାରାୟଣ ମନ୍ଦିର ସଭାପତି ମୁରାରୀ ଶର୍ମା ଉପସ୍ଥିତ ରହି ମାନବଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବା ମଞ୍ଚର ନରେଶ ଅଗରୱାଲ, ଜିତେଶ ଅଗ୍ରୱାଲ, ମାଙ୍ଗିଲାଲ୍ ଲାଢା, ରାକେଶ ଶାହା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Leave A Reply

Your email address will not be published.