ଶ୍ରୀମନ୍ଦିର ଐତିହ୍ୟ ଚିଠାକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ କାର୍ଯ୍ୟକ୍ରମ

0 2

ପୁରୀ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପରେ ୩୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ଯେଉଁ ଜାତୀୟ ଐତିହ୍ୟ ଚିଠା ଦୀର୍ଘ ଦିନ ହେଲା ପଡିରହିଥିଲା ତାହାକୁ ତତକ୍ଷଣାତ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ତାଙ୍କର ମଙ୍ଗଳ କାମନା କରି ବିଜେପି ସିଂହଦ୍ୱାର ଓ ଶରଧାବାଲି ମଣ୍ଡଳ ତରଫରୂ ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥଙ୍କ ୁ ଦୀପଦାନ କରା ଯାଇଥିଲା।ଗତ ଦୁଇ ଦିନ ହେବ ପୁରୀର ଏହି ୩୦୦ମିଟର ପରିସର ମଧ୍ୟରେ ଯେଉଁ ମାନେ ବସବାସକରୁଥିଲେ ବା ବ୍ୟବସାୟ କରୁଥିଲେ ସେମାନଙ୍କ ମଧ୍ରରେ ଭୁଲ ବୁଝାମଣା ତଥା ଆତଙ୍କ ଖେଳି ଯାଇଥିଲା।

 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ ସମସ୍ତ ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ  ସାକ୍ଷାତ କରି ଅନୁରୋଧ କରିବାପରେ ପ୍ରଧାନମନ୍ତ୍ରୀ ଏହି ଚିଠା ଆଇନକୁ ପ୍ରତ୍ୟାହାର କରିଛନ୍ତି। ଶ୍ରୀମନ୍ଦିର ଚତୁଃପାଶ୍ୱ ସୌନ୍ଦର୍ୟମୟ ହେବା ସଙ୍ଗେ ସଙ୍ଗେ ସେବାୟତ ତଥା ସାଧାରଣ ଜନତାଙ୍କର ସ୍ୱାର୍ଥକୁ ଅକ୍ଷୁର୍ଣ୍ଣ ରଖିବାପାଇଁ  ପ୍ରଧାନମନ୍ତ୍ରୀଙ୍କ ର ଏହି ପଦକ୍ଷେପରେ ପୁରୀ ସହରବାସୀ ଆଶ୍ୱସ୍ତ।

   ଏହି କାର୍ଯ୍ୟକ୍ରମରେ ପ୍ରଭଞ୍ଜନ ମହାପାତ୍ର, ଜ୍ୟୋତି ମହାପାତ୍ର, ଉମାକାନ୍ତ ନାୟକ,ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ,ମାନସ ଲେଙ୍କା,ମମତା ପତି,ମନସ୍ବିନୀ ଚୌଧୁରୀ ,ରଂଜିତା ପାଢ଼ୀ,ଜୟନ୍ତୀ ପଟ୍ଟନାୟକ, ସବିତା ପୃଷ୍ଟି, ସ୍ମିତାଞ୍ଜଳି ପତି,ବିଭୁତି ମିଶ୍ର,ଅଜିତ ସାମନ୍ତରାଏ, ସଂଗ୍ରାମ କାନୁନଗୋ,ଦିଗଦର୍ଶନ ପଟ୍ଟନାୟକ, ଜୟନ୍ତ ଦାଶ,ହେମନ୍ତ ମହାନ୍ତି,ବିଶ୍ୱଜିତ ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ପୁଷ୍ପା ପାତ୍ର,ମଧୁଛନ୍ଦା  ଆଚାର୍ଯ୍ୟ, ସୈ।ମ୍ୟା ମିଶ୍ର,ହରି ରଥ,ଶିବ ନାରାୟଣ ଦାଶ,ରାଜେଶ ନନ୍ଦ,ଦେବାନନ୍ଦ ମିଶ୍ର,ବାସନ୍ତୀ ବେହେରା,କୁନା ପଟନାୟକ,ଜିତୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ

 

 

Leave A Reply

Your email address will not be published.