ରାଜ୍ୟସ୍ତରୀୟ ନିଷ୍ପତ୍ତିକୁ ସମର୍ଥନ କରି ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସ୍ତରୀୟ ନିଷ୍ପତ୍ତିକୁ ସମର୍ଥନ କରି ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘର ଜିଲ୍ଲା ଶାଖା କର୍ମକର୍ତ୍ତା ଓ ଜିଲ୍ଲା ଆଶାକର୍ମୀ ପ୍ରତିନିଧି ମିଳିତ ଭାବେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। 

ଜାତୀୟ ସ୍ବାସ୍ଥ୍ୟ ମିଶନ କୁ ସ୍ଥାୟୀ କରିବା , ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା , ସର୍ବନିମ୍ନ ୨୧୦୦୦ ଦରମା ପ୍ରଦାନ ସହ ସାମାଜିକ ସୁରକ୍ଷା ଦେବା ଏବଂ କୋଭିଡ୍  ଯୋଦ୍ଧା ଭାବେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀଙ୍କୁ ୫୦ ଲକ୍ଷ ସହାୟତା ରାଶି ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି  ।

 ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ, ଗଜପତି ଜିଲ୍ଲାରେ ଆଶା କର୍ମୀମାନଙ୍କ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ସହ ଭାରତୀୟ ମଜଦୁର ସଂଘର ଜିଲ୍ଲା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ଜିଲ୍ଲା ମଜଦୁର ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ମିଶ୍ର , ଉପ ସଭାପତି ସଂକର ଗୈାଡ , କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ , ସମ୍ପାଦକ ସୁଜିତ ପ୍ରଧାନଙ୍କ ସମେତ ଆଶାକର୍ମୀ ପକ୍ଷରୁ ଜିଲ୍ଲା ପ୍ରତିନିଧି ଭାବେ ବିଜୟଲକ୍ଷ୍ମୀ ମହାପାତ୍ର ,  ଟୁନି ପ୍ରଧାନ , ଭାନୁମତୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.