ବିଶିଷ୍ଟ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ସ୍ତରରେ ଶିଳ୍ପୀ କଣ୍ଠ ପ୍ରତିଯୋଗୀତା ରେ ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଗଜପତି ଜିଲ୍ଳାପାଇଁ ଗୌରବ ଆଣିଛନ୍ତି ବିଶିଷ୍ଟ କଣ୍ଠ ଶିଳ୍ପୀ କୁନାବାବୁ ହଳଧର। ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମନ୍ଦିର ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱ ଏବଂ ତନୁଜା ଶତପଥୀଙ୍କ ଆବାହନ ଅନୁଷ୍ଠିତ ଗଜପତି ଶିଳ୍ପୀ ସମାହରରେ ଉଦ୍ଘାଟକ ଭାବେ ଯଶୋଦା ନନ୍ଦନ ଦାସ ମହନ୍ତ ମହାରାଜ , ମୁଖ୍ୟଅତିଥି ଭାବେ ବଡ଼ ରାମାନନ୍ଦ ଦାସ ମହନ୍ତ ମହାରାଜ , ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼ , ଗୁରୁ ନୃସିଂହ ପ୍ରସାଦ ପାଢ଼ୀ ଯୋଗଦେଇ ପାରଳାର ସାଂସ୍କୃତିକ ପ୍ରାଣଶକ୍ତି ସଦାସର୍ବଦା ଉଜ୍ଜୀବିତ ରହିଛି ଯୁବପୀଢ଼ି ଏଇ ସ୍ୱାଭିମାନକୁ ବଞ୍ଚାଇବା ରଖିବା ପାଇଁ ଉପସ୍ଥିତ ଅତିଥି ମାନେ କହିଥିଲେ।

ଏହି ଅବସରରେ ପାରଳାତଥା ଗଜପତିର ଜିଲ୍ଲାର ଅନେକ  ଅନୁଷ୍ଠାନ ପକ୍ଷରୁ କଣ୍ଠଶିଳ୍ପୀ ହଳଧରଙ୍କୁ ସମ୍ବର୍ଦ୍ଧନା , ଉପଢୌକନ , ମାନପତ୍ର , ମୋମେଣ୍ଟ ,  ପୁଷ୍ପଗୁଛ ପ୍ରଦାନ କରିଥିଲେ। ପ୍ରଥମେ ଅନୁଶ୍ରୀ ପଟ୍ଟନାୟକ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିବା ବେଳେ ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁ ଡି. ପ୍ରିୟାଙ୍କାଙ୍କ ଛାତ୍ରୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ଏକ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.