ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଏସପି ଓ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଝାରସୁଗୁଡ଼ା ଆରଟିଓ ଆଜି ବଡ଼ମାଲଠାରେ ବିଜୁ ଏକ୍ସପ୍ରେସ୍ ୱେ ଉପରେ ଟ୍ରକମାନଙ୍କ ଦ୍ବାରା ବେନିୟମ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେଇଥିଲେ। ବଡ଼ମାଲ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ସହଯୋଗରେ ଆଜି ବେନିୟମ ପାର୍କିଂ କରିଥିବା ଟ୍ରକ ମାନଙ୍କ ଉପରେ ୨୨ଟି ଏମଭି ଚାଲାଣ କଟା ଯାଇଥିଲା। ନିୟମ ଖିଲାପ କରିଥିବା ଟ୍ରକ ଡ୍ରାଇଭର ଓ ମାଲିକମାନଙ୍କୁ ଚାରି ଲକ୍ଷ ଚାଳିଶ ହଜାର ଟଙ୍କାର ଜୋରିମାନା କରାଯାଇଛି ବୋଲି ବିଭାଗ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.