ଟଙ୍ଗ ଜୋର ଉପରେ ବ୍ରିଜ ନିର୍ମାଣ ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ। 

0 2

ଟିଟିଲାଗଡ଼ ,( ଗୌରବ ଦର୍ଜୀ):ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଧିନସ୍ଥ  ଅଲଣ୍ଡା ଗ୍ରାମପଞ୍ଚାୟତ ଏବଂ  ଠେମରା ଗ୍ରାମପଞ୍ଚାୟତ ମଧ୍ୟରେ ରହିଛି ଏକ ଟଙ୍ଗ ଜୋର ନାଲା।  ଏହି ନାଲା ଉପରେ ଏକ ବ୍ରିଜ ନିର୍ମାଣ ଦାବୀ ନେଇ ଆଜି ସ୍ଥାନୀୟ ଯୁବ ନେତା ଯୁବରାଜ ବାଗ ଙ୍କ ନେତୃତ୍ୱ ରେ  ଦୁଇ ଗୋଟି ପଂଚାୟତ ର  ଅନେକ ଯୁବଗୋଷ୍ଠୀ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିବା ସହ  ଯଥାଶୀଘ୍ର ଉକ୍ତ ନାଲା ରେ ଏକ ବ୍ରିଜ ନିର୍ମାଣ କରିବାକୁ ଦାବୀ କରିଛନ୍ତି। ଟଙ୍କ ଜୋର ଉପରେ ବ୍ରିଜ ନିର୍ମାଣ ହେଲେ  ଠେମରା, ଅଲଣ୍ଡା ସହ  ଲେବଡ଼ା ଗ୍ରାମପଞ୍ଚାୟତ ର ଲୋକେ ମଧ୍ୟ ବହୂ ଉପକୃତ ହେବେ ବୋଲି ଗ୍ରାମବାସୀ ତଥା ଯୁବ ଗୋଷ୍ଠୀ କହିଛନ୍ତି। ଉକ୍ତ ଟଙ୍କ ଜୋର ରେ ବ୍ରିଜ ନଥିବାରୁ ଏବେ ଠେମରା, ଜାମତରା, ଉତ୍କେଲା, ଲେବଡ଼ା ପଂଚାୟତର  ଲେବଡ଼ା, ଜାନିପଡ଼ା, ପିଠାପଡା, ଅଲଣ୍ଡା ଗ୍ରାମପଞ୍ଚାୟର ଅଲଣ୍ଡା, ତେନ୍ତୁଳି ପଡା ର ହଜାର ହଜାର ଲୋକେ ଉପକୃତ ହେବେ ବୋଲି କହିଛନ୍ତି। ବର୍ତ୍ତମାନ ଏବେ ଏହି ସବୁ ଗ୍ରାମବାସୀ ଙ୍କୁ ସିନ୍ଧେକେଲା ଯିବାକୁ ହେଲେ ୧୭ କିଲୋମିଟର  ବୁଲି କି ଯିବାକୁ ପଡୁଛି।  ଅଯଥା ଖର୍ଚାନ୍ତର ହେବା ସହ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀମାନେ। 

ଟଙ୍କଜୋର ଉପରେ ବ୍ରିଜ ନିର୍ମାଣ ହେଲେ ଜାମତରା ରୁ ସିନ୍ଧେକେଲା ର ଦୂରତା ମାତ୍ର ସାତ କିଲୋମିଟର ହେବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତର  ରୁ ରକ୍ଷା ପାଇବା ସହ ସମୟ ମଧ୍ୟ ଅନେକ ମାତ୍ରାରେ  ମିଳିବ। ଏମିତି କି  ବ୍ରିଜ ନିର୍ମାଣ ହେଲେ ସିନ୍ଧେକେଲା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ଯୁବରାଜ ବାଗ କହିଛନ୍ତି।  ଆଜି ଏହି ଦାବୀ ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ସେଠ, ସଂଜିତ କୁମାର ଛୁରା, ପୁରୋହିତ ଛୁରା, ପ୍ରଦୀପ ଭୋଇ, ମୋହନ ମାଝୀ, ବ୍ରହ୍ମା ପାତ୍ର, ନୀଳମଣି ରଣା, କାଲିଆ ହଂସ, ମିନିକେତନ ନାଗ, ପ୍ରଦ୍ୟୁମ୍ନ ନାଗ  ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.