ଫୁଟିଲା ଗୁଳି, ଧରା ପଡିଲା ଅପରାଧୀ

0 2

ରେଢ଼ାଖୋଲ ବସଷ୍ଟାଣ୍ଡରେ ଗୁଳି ଫୁଟାଇ ଏକ ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) :  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଅଞ୍ଚଳର  ବସଷ୍ଟାଣ୍ଡ ନିକଟରେ ଆଜି ସଂଧ୍ୟା ସାଢେ ସାତଟା ସମୟରେ ରେଢାଖୋଲ- ବୌଦ୍ଧ ରାସ୍ତାର ରେଢ଼ାଖୋଲ ସହର କଇଥସାହି ପୋଷ୍ଟ ଅଫିସ ପାଖରେ ବଲାଙ୍ଗୀର ସଦର ପୋଲିସ ଓ ରେଢ଼ାଖୋଲ ପୋଲିସ ମିଳିତ ଭାବରେ  ଚଢ଼ାଉ କରିବା ସହ ୫/୬ ରାଉଣ୍ଡ ଗୁଳି ଫୁଟାଇ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ଏହା ସହ ଇନୋଭା ଗାଡି (ନଂ OR 02 AK 9250 ) ଚକରେ ଗୁଳି ଫୁଟାଇ ଗାଡିକୁ ମଧ୍ୟ ଜବତ କରିଛି। ତାଙ୍କଠାରୁ ବହୁ ମାରଣାସ୍ତ୍ର  ଆଦି ଜବତ କରି ଥିବା ଜଣା ଯାଇଛି।  ପୋଲିସ ଧରିଥିବା ଏହି ଡକାୟତ ଗ୍ୟାଙ୍ଗରେ  ପ୍ରାୟ ୬/୭ ଜଣ କୁଖ୍ୟାତ ଡକାୟତ ଥିବା ଜଣା ଯାଇଛି। ଏହି ଡକାୟତ ଟିମକୁ ଚାରିଦିନ ହେଲା ପୋଲିସ ଟ୍ରାକିଙ୍ଗ କରୁଥିବ ନେଇ ପୋଲିସ କହିଛି ଏ ସଂକ୍ରାନ୍ତରେ ବଲାଙ୍ଗୀର ସଦର ଥାନା ପୋଲିସ ଓ ରେଢାଖୋଲ ଥାନା ପୋଲିସ ତଦନ୍ତରେ ବାଧା ଉପୁଜିବାକୁ ନେଇ କୌଣସି ସୂଚନା ଦେବାକୁ ମନା କରିଛି।  ହେଲେ ଏକ ସିନେମା ଷ୍ଟାଇଲରେ ରେଢାଖୋଲ ସହର ଅଞ୍ଚଳରେ ଗୁଳି ଫୁଟାଇ ଅପରାଧୀମାନଙ୍କୁ ଧରିବା ଘଟଣା ରେଢାଖୋଲ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି।

Leave A Reply

Your email address will not be published.