ଧାନ ବିକ୍ରୟର ଲକ୍ଷ୍ୟ ବଢ଼ାଇବା ପାଇଁ ଚାଷୀଙ୍କ ମନ୍ତ୍ରୀଙ୍କୁ ଅନୁରୋଧ।

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଗତ ୩ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ଶ୍ରୀ ନବକିଶୋର ଦାସଙ୍କୁ ସାକ୍ଷାତ କରି ଧାନ ବିକ୍ରୟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କୁ ଧାନ କ୍ରୟ ସଂପର୍କରେ କୌଣସି ଲକ୍ଷ୍ୟ ନ ଥିବା ବିଷୟରେ ଅବଗତ କରିବା ପରେ କୃଷକମାନେ ଧାନ ବିକ୍ରି ସୁରୁଖୁରୁରେ କରି ପାରୁ ନାହାଁନ୍ତି ବୋଲି ଜଣାଇଥିଲେ। ମନ୍ତ୍ରୀଙ୍କୁ ଧାନର ଟାର୍ଗେଟ ଆହୁରି କିପରି ଆସି ପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଦାସ ତୁରନ୍ତ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ସାକ୍ଷାତ କରି କୃଷକଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏଥିପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଆହୁରି ଚାରି ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଶ୍ରୀ ଦାସ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସଙ୍କ ସହ କୃଷକ ସଂଗଠନର କୋଷାଧ୍ୟକ୍ଷ ଲକ୍ଷ୍ମଣ ସାହୁ, ମହାସଚିବ ସାଗର କୁମୁରା, ଚାଷୀନେତା ପୁରୁଷୋତ୍ତମ ନାଏକ, ନୃପଲାଲ ପସାଏତ ମଧ୍ୟ ଉପସ୍ଥିତ ଥିଲେ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷକ ଓ ମନ୍ତ୍ରୀ ଶ୍ରୀ ଦାସଙ୍କୁ ସମସ୍ତ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.