ବିମାନବନ୍ଦରର ଆଖପାଖ ଅଞ୍ଚଳରେ ନିଆଁ ଲାଗିଲା।

0 2

ଏୟାରପୋର୍ଟ ନିର୍ଦ୍ଦେଶକ ଡାକିଲେ ଜରୁରୀକାଳୀନ ବୈଠକ।

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିକଟବର୍ତ୍ତୀ ଅଞ୍ଚଳରେ ହଠାତ ନିଆଁ ଲାଗି ଅନେକ ଅଞ୍ଚଳକୁ ବ୍ୟାପି ଯାଇଥିବାର ଖବର ଆସିଛି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ତୁରନ୍ତ ଦମକଳ ବିଭାଗ ସେଠାରେ ପହଞ୍ଚି ଅନେକ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ। ଏହାପରେ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡାକି ଏ ବିଷୟରେ ଆଲୋଚନା କରିଥିଲେ। ଏପର୍ଯ୍ୟନ୍ତ ଏହା ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ ସଠିକ ଭାବରେ ହୋଇପାରି ନାହିଁ। ତେବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ବୋଲି ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦିନ ସାଢ଼େ ଏଗାରରୁ ବାର ମଧ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ତିନିଘଣ୍ଟା କାଳ ଝାରସୁଗୁଡ଼ା ଅଗ୍ନିଶମ ବିଭାଗ ଓ ବିମାନବନ୍ଦରର ଅଗ୍ନିଶମ ବିଭାଗ ପରିଶ୍ରମ କରିଥିଲେ।

Leave A Reply

Your email address will not be published.