ରାୟଗଡା (ସରୋଜ କୁମାର ସାହୁ) : ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ ଯୋଗଦେଇ ଦ୍ୱୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଶ୍ରୀ ବାଗଚୀ ଉଦ୍ଘାଟନ ଅବସରରେ ଜିଲ୍ଲାରେ କିପରି ଅଧିକରୁ ଅଧିକ ବେକାରୀ ଯୁବକ, ଯୁବତୀ ମାନଙ୍କୁ ତାଲିମ ମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିହେବ ତାପ୍ରତି ଗୁରୁତ୍ୱ ଦେଇଥିଲେ। ଏହା ବ୍ୟତୀତ ଅଧିକରୁ ଅଧିକ ଆପରେଣ୍ଟିକସ ସୁଯୋଗ ଶିଳ୍ପ ସଂସ୍ଥା ମାଧ୍ୟମରେ ଦିଆଯିବା ସଂଗେ ସଂଗେ ଯୁବତୀ ମାନଙ୍କୁ ଶିଳ୍ପୀ କ୍ଷେତ୍ରରେ ଅଗ୍ରାଧିକାର ଦେବାପାଇଁ ଉଛହିତା କରିଥିଲେ। ଏହି କର୍ମଶାଳାରେ ଜିଲ୍ଳାପାଳ, ଶ୍ରୀ ସରୋଜ କୁମାର ମିଶ୍ର, ପୋଲିସ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦେଶକ ଶ୍ରୀ ରେଘୁ ଜି, ଏମ.ଏସ.ଏମ.ଇ ର ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ଜିଲ୍ଲା ଶିଳ୍ପ ସଂସ୍ଥା ମାନଙ୍କର ପ୍ରତିନିଧି ଓ ଜିଲ୍ଲା ଦକ୍ଷତା ବିକାଶ କମିଟିର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରକାଶ ଟେଟେ ପରିଚାଳନା କରିଥିଲେ। ପାଖାପାଖି ପାଖାପାଖି୮୮ ପାଖାପାଖି ୮୦ ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.