ହରିଶଙ୍କର ଓ ଶୁକ ତେଲ ପ୍ରକଳ୍ପ ଗସ୍ତରେ ଉଚ୍ଚସ୍ତରୀୟ କମିଟି 

0 2

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଗସ୍ତରେ ମୁଖ୍ୟସଚିବ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ୫ଟି ସଚିବ ଆସି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ସୁକତେଲ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି | ହରିଶଙ୍କରର  ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ ଖୁବ ଶୀଘ୍ର ଆରମ୍ଭ କରାଯିବ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶାନୁକ୍ରମେ ଏହି ଉଚ୍ଚ ସ୍ତରୀୟ କମିଟି ବଲାଙ୍ଗୀର ଜିଲ୍ଲା ଗସ୍ତ ରେ ଆସି  ହରିଶଙ୍କର ପରିଦର୍ଶନ କରିବା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସେ ଅଞ୍ଚଳରେ ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଅନ୍ୟପଟେ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର। ଯାହା ପାଇଁ ଚାଲିଛି ଘନ ଘନ ବୈଠକ।ଯେଉଁଥିରେ କିଛିଦିନତଳେ ଡବ୍ଲ୍ୟୁ ଡ଼ି ସି ଅଧକ୍ଷ ମଧ୍ୟ ବଲାଙ୍ଗୀର ଗସ୍ତ ରେ ଆସି ସମୀକ୍ଷା କରିଯାଇଛନ୍ତି। ଯାହା ଏବେ ଓ ଆଜି ରାଜ୍ୟ ସରକାର ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ବଲାଙ୍ଗୀର ଗସ୍ତରେ ଆସି ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ଦୀର୍ଘ ବର୍ଷରୁ ଅଧାପନ୍ତରିଆ ପଡିରହିଥିବା ଲୋୟର ସୁକତେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି l

Leave A Reply

Your email address will not be published.