ବିଶ୍ୱସ୍ତରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ସାମର୍ଥ୍ୟ ରଖିଛି ଜାହାନିଆ : ମନ୍ତ୍ରୀ ତୁଷାରକାନ୍ତି

0 2

“ଇକୋ ଟୁରିଜିମ୍ ଓ ବିଚ୍ ଟୁରିଜିମର ପ୍ରମୁଖ ପେଣ୍ଠ ସ୍ଥଳ ହେବ “

ଭୁବନେଶ୍ୱର : ପୁରୀ ଜିଲ୍ଲା ଅନ୍ତର୍ଗତ ଜାହାନିଆ ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ଏବଂ ଉନ୍ନତିକରଣ ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସେଠାକୁ ଗସ୍ତ କରିବା ସହିତ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଦଳ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । 

ପୁରୀ, କୋଣାର୍କ, ସାତପଡ଼ା ସହିତ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଜାହାନିଆ ଅନ୍ୟତମ । ବିସ୍ତୀର୍ଣ୍ଣ ସମୁଦ୍ରତଟ ସହିତ ସୁନ୍ଦର ଓ ମନଲୋଭା ପ୍ରାକୃତିକ ପରିବେଶ ପାଇଁ ଜାହାନିଆ ପର୍ଯ୍ୟଟନସ୍ଥଳୀର ବେଶ୍ ପ୍ରସିଦ୍ଧି ରହିଛି । ରାଜ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଜାହାନିଆକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଲାଗି ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ଦେଶ ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଜାହାନିଆ ଅଞ୍ଚଳର ବେଶ୍ ସାମର୍ଥ୍ୟ ରହିଛି । ସ୍ଥାନୀୟ ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ ସହିତ ଇକୋଟୁରିଜିମ୍ ଏବଂ ବିଚ୍ ଟୁରିଜିମ୍କୁ ଏଠାରେ ଅଧିକ ବିକଶିତ କରାଯାଇପାରିବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସ ନିର୍ମାଣ ସହିତ ତାରକା ହୋଟେଲ ନିର୍ମାଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକା, ଅର୍ଥନୀତିକୁ ଏହା ଅଧିକ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା ପ୍ରସଙ୍ଗରେ କହିଛନ୍ତି । 

ଏହି ଗସ୍ତ ସମୟରେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ, ବୈଷୟିକ ଟିମ୍, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । 

ଆଜିର ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ ଏବଂ ପିଏମ୍ୟୁ ଅଧିକାରୀଙ୍କୁ ନେଇ କାକଟପୁର ବ୍ଲକର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ନେଇ କ’ଣସବୁ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲୋ 

 

Leave A Reply

Your email address will not be published.