ହାତୀ ଉପଦ୍ରବ : ରାତିହେଲେ ନିଦ ହଜିଯାଉଛି ମୁଂଢ଼େର ବାସୀଙ୍କର

0

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ପୁଣି ଦନ୍ତା ଆତଙ୍କରେ ଭୟଭୀତ ମୁଂଢ଼େର ଅଂଚଳ । ସମ୍ଵଲପୁର ମୁଂଢ଼େରରେ ହାତୀ ଆତଙ୍କ ଯୋଗୁଁ ଅଞ୍ଚଳବାସୀ ଭୟଭୀତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନବିଭାଗ ଚୁପ।

   ରାତିହେଲେ ନିଦ ହଜିଯାଉଛି ମୁଂଢ଼େର ବାସୀଙ୍କର। ଏପରିକି ଘରେ ଖିଆ ପିଆ ମଧ୍ୟ ବନ୍ଦ ହେଇଯାଉଛି। ଏ ଡର ହେଉଛି ଏକ ଦନ୍ତା ହାତୀ ପାଇଁ। ବିଳମ୍ବିତ ରାତିରେ ଦନ୍ତା ଜଙ୍ଗଲ ଭିତରୁ ଖାଦ୍ୟ ଅନ୍ୱେଷଣରେ ଆସି ଲୋକଙ୍କର ଅନେକ କ୍ଷୟ କ୍ଷତି ଘଟାଉଛି। ଗତକାଲି ରାତିରେ ମଧ୍ୟ ମୁଂଢ଼େର ଅଂଚଳ ଆସି ଗୌର ସିକାଙ୍କ ଘର ଭାଙ୍ଗିବା ସହ ଘରୁ ଧାନ ଚାଉଳ ସବୁ ଲୁଟି ନେଇଛି। ପୁଣି ଆଉ ଏକ ଗ୍ରାମକୁ ଯାଇ ସେଠାରେ ମଧ୍ୟ  ସମାନ ଢଙ୍ଗରେ ଖୟଖେତି କରିବା ସହ ଘର ଭାଙ୍ଗି ଦେଇଛି।                                ଏହି ଅଞ୍ଚଳକୁ ବାରମ୍ବାର ହାତୀ ଆସୁଥିବାରୁ ପଡ଼ାବାସୀ ସ୍ଥାୟୀ ସମାଧାନ ପାଇଁ ଗୁହାରି କରିଛନ୍ତି। ଯଦି ଶୀଘ୍ର ଏହାର ପ୍ରତିକାର କରାନଯାଏ ପଡ଼ାବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଧମକ ଦେଇଛନ୍ତି। ଏନେଇ ବନବିଭାଗ  ଅଧିକାରୀ ମାନଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ  ମଧ୍ୟ କେମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିଲେ।

Leave A Reply

Your email address will not be published.