ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଓ।

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ରାଜ୍ୟରେ ବିଭିନ୍ନ ଧାନ ମଣ୍ଡିରେ ଥିବା ଅବ୍ୟବସ୍ଥା ସହ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗରେ ପୁଣି ବିଜେପି  ଆରମ୍ଭ କରିଛି ଆନ୍ଦୋଳନ । ପଶ୍ଚିମ ଓଡ଼ିଶାର ପାଞ୍ଚ ଲୋକସଭା କ୍ଷେତ୍ର ସହ ବୌଦ୍ଧ ଜିଲା ରେ ମଧ୍ୟ ହେଉଛି ଏହି ଆନ୍ଦୋଳନ । ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ହେଇଛି ଗଣ ଧାରଣା । ସମ୍ବଲପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟରେ ମଧ୍ୟ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ବିଜେପି କର୍ମୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ  ଗର୍ଜିଥିଲେ। ଚାଷୀଙ୍କ ଧାନ ଉଠାଇବା ପାଇଁ ଗତ 22 ତାରିଖ ରେ ବିଜେପି  ନେତା ସରକାର ଙ୍କୁ ଦେଇଥିବା 72 ଘଣ୍ଟା ମହଲତ ସରିବାପରେ ମଧ୍ୟ ଦାବି ପୂରଣ ହେଉନଥିବାରୁ ସମ୍ବଲପୁର ରେ ସାଂସଦ, ବିଧାୟକ ଙ୍କ ବୈଠକ ବସି ୨୯ ତାରିଖରେ ଧାରଣା ଦେବାକୁ ସ୍ଥିର କରାଯାଇଥିଲା ।  ତେବେ ଆଜିର ଗଣଧାରଣା ପରେ ଯଦି ସରକାର ଚାଷୀଙ୍କ ଧାନ ନଉଠାନ୍ତି ତାହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ରେ ଚକାଜାମ କରାଯିବ ବୋଲି  ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । 

Leave A Reply

Your email address will not be published.