କି ସାହସ, ପଶୁସମ୍ପଦ ମନ୍ତ୍ରୀଙ୍କ ଜିଲ୍ଲାରେ ପଶୁ ବିଭାଗରେ ଦୁର୍ନୀତି !!!!!

0 2

ଭିଜିଲାନ୍ସ ଖାପଚରେ ପ୍ରଣିଚିକିତ୍ସା ଅଧିକାରୀ 

ନୟାଗଡ଼( ବିଶ୍ୱଜିତ ନାୟକ): ଭାପୁର ବ୍ଲକ ଢିପମାଳର ପ୍ରହଲ୍ଲାଦ ନାୟକ ନାମକ ଜଣେ ଛେଳି ଚାଷିଙ୍କ ସବସିଡ଼ି  ଟଙ୍କା କରେଇ ଦେବା ପାଇଁ ଅଫିସ ପକ୍ଷରୁ ତାଙ୍କୁ 15 ହଜାର ଟଙ୍କା ଦାବି କରାଜଉଥିଲା । ତେବେ ଏନେଇ ପ୍ରହଲ୍ଲାଦ ନୟାଗଡ଼ ଭିଜିଲାନ୍ସକୁ ଖବର ଦେଇଥିଲେ । ଆଜି ପୂର୍ବ ଯୋଜନା ମୁତାବକ ପ୍ରହଲ୍ଲାଦ ଟଙ୍କା ଦେବା ବେଳେ ଭିଜିଲାନ୍ସ ବ୍ଲକ ପ୍ରାଣି ଚିକିତ୍ସା ଅଧିକାରି ଓ ଅଫିସର ଜଣେ ପିଅନଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିବା ନୟାଗଡ଼ ଭିଜିଲାନ୍ସ ଡ଼ିଏସପି  କହିଛନ୍ତି । ସେପଟେ ବ୍ଲକ ପ୍ରାଣି ଚିକିତ୍ସା ଅଧିକାରି ଗଣମାଧ୍ୟମ ଆଗରେ ଦେଇଥିବା ବୟାନ ଏବେ ଜିଲ୍ଲା ପ୍ରାଣି ଚିକିତ୍ସା ବିଭାଗରେ ହେଉଥିବା ଏକ ବଡ଼ ଲାଞ୍ଚ କାରବାରର ଖୁଲାସା କରିଛି  । ସେ କହିଛନ୍ତି ଉକ୍ତ ଚାଷୀଙ୍କ ଠାରୁ ଟଙ୍କା ମାଗିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରି ବାରମ୍ବାର ତାଙ୍କୁ ପ୍ରେସର କରାଉଥିଲେ କିନ୍ତୁ ସେ ଏହାକୁ ବାରଣ କରୁଥିବା ବେଳେ ଆଜି ସେ ଟଙ୍କା ନେଇ ନଥିବା ଅନ୍ୟ କେହି ଅଫିସରେ ଟଙ୍କା ନେଇଥିବା କହିଛନ୍ତି ଗିରଫ ବ୍ଲକ ପ୍ରାଣି ଚିକିତ୍ସା ଅଧିକାରି । ସେପଟେ ଏହାକୁ ଖଣ୍ତନ କରିଛନ୍ତି ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରି । ସେ କହିଛନ୍ତି ଜିଲାରେ ପ୍ରାଣି ଚିକିତ୍ସା ବିଭାଗରେ ସ୍ବଛତା ଅବଲମ୍ବନ କରାଯାଉଛି,ଗାଇଡ଼ ଲାଇନ ଅନୁଯାୟୀ  ସବୁ କାମ ହେଉଛି

Leave A Reply

Your email address will not be published.