ସଡକ ଦୁର୍ଘଟଣାରେ ଗୁରୁତର ଆହତ ସ୍ବେଚ୍ଛାସେବୀ ଶ୍ରୀକାନ୍ତ ସାହୁ 

0 2

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ଠାରେ ଏକ ଛୋଟିଆ ଫଳ ଦୋକାନ କରି ନିଜର ପରିବାର ପୋଷଣ କରୁଥିବା ଶ୍ରୀ ଶ୍ରୀକାନ୍ତ ସାହୁ ଆଜି ସନ୍ଧ୍ୟା ସମୟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇ ପ୍ରଥମେ ପଦ୍ମପୁର ଓ ପରେ ବୁର୍ଲା ଡାକ୍ତରଖାନା କୁ ରେଫର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଭଳି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ମାଙ୍କଡ଼ ମାନଙ୍କୁ ଖାଦ୍ୟ ( ଫଳ) ଦେଇ ଫେରିବା ପରେ ନିଜର ମୋଟର ସାଇକଲ ମରାମତି କରିବା ପାଇଁ ଯିବା ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଇର୍ତିଗା ଗାଡି ଶ୍ରୀ ସାହୁଙ୍କୁ ପଛ ପଟରୁ ଜୋରଦାର ଧକ୍କା ମାରିଥିଲା ଯାହା ଫଳରେ ଶ୍ରୀକାନ୍ତ ଛିଟିକି ଗାଡିର ସାମ୍ନା କାଚ ରେ ପିଟି ହୋଇ ତଳେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନାକୁ ପଠେଇ ଦିଆ ଯାଇଥିଲା ଓ ପରେ ବୁର୍ଲା । 

    ଏଠାରେ ସୂଚନାଯୋଗ୍ୟ ଯେ ଲକଡାଉନ ଆରମ୍ଭ ହେବା ପରଠାରୁ ନୃସିଂହନାଥ ରେ ଥିବା ମାଙ୍କଡ଼ ଙ୍କୁ କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ଖାଦ୍ୟ ( ଫଳ) ଦେଇ ଆସୁଥିଲେ । ଯେତେ ଖରା ବର୍ଷା କି ଶୀତ ହେଉ ପଛେ ଦିନେ ହେଲେ ଗତ ପ୍ରାୟ ବର୍ଷେ ହେଲା ସେ କେବେ ବି ଏହି କାମରେ ହେଲା କରିନାହାନ୍ତି । ମହାପ୍ରଭୁ ନୃସିଂହନାଥ ଙ୍କର ନିକଟରେ ଶାସକ ପ୍ରଶାସକ ପରିବାର ତାଙ୍କର ଦ୍ରୁତ ଅରୋଗ୍ୟ କାମନା କରୁଛି ।

Leave A Reply

Your email address will not be published.