ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ ୨୦୨୧ ପାଳିତ ହୋଇଯାଇଛି । 

ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଥମେ ଜାତୀୟ ସଙ୍ଗୀତ ଧୂନ ବାଜିବା ପରେ ଉପସ୍ଥିତ ସମସ୍ତଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହେଶ କୁମାର ଚୌଧୁରୀ , ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦାକୁ ବଜାୟ ରଖିବା ଦିଗରେ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହେଶ କୁମାର ଚୌଧୁରୀ ଅଧ୍ୟକ୍ଷତା କରି ଭାରତର ନିର୍ବାଚନ ପ୍ରକ୍ରିୟା ଏକ ସର୍ବବୃହତ ଗଣତନ୍ତ୍ର ପର୍ବ । ଏହାକୁ ଅନ୍ୟ ଦେଶ ଅନୁକରଣ କରିଥାନ୍ତି । ତେଣୁ ନିର୍ବାଚନ ପ୍ରକ୍ରିୟାରେ ସମସ୍ତେ ସାମିଲ ହୋଇ ଶତପ୍ରତିଶତ ଭୋଟ ଦିଅନ୍ତୁ , ଯିଏ ଦେଶକୁ ସୁଶାସନ ଦେଇପାରିବ । ନିର୍ଭୀକ ଭାବେ ମୁକ୍ତ ଓ ଅବାଧ ଭାବେ କୌଣସି ପ୍ରଲୋଭନରେ ନ ପଡି ନିଜର ପସନ୍ଦ ପ୍ରାର୍ଥୀକୁ ଭୋଟ ଦେଇ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ସଜେଖର ପଣ୍ଡା , ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ଅଚ୍ୟୁତା ନନ୍ଦ ଯାନୀ , ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର , ଏସଡିପିଓ ଶ୍ରୀ ରାମକୃଷ୍ଣ ପତି ଏବଂ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଭାରତର ଗଣତନ୍ତ୍ର ବ୍ୟବସ୍ଥା ବିଶ୍ବରେ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି ପ୍ରକ୍ରିୟାକୁ ଆହୁରି ଦୃଢ଼ କରିବାକୁ ହେଲେ ଜନସାଧାରଣଙ୍କ ଶତ ପ୍ରତିଶତ ମତଦାନ ହୋଇ ପାରିଲେ ଦେଶ ଆହୁରି ସମୃଦ୍ଧି ହୋଇପାରିବ ବୋଲି କହିଥିଲେ । 

ଏହି ଅବସରରେ ନୂତନ ଭୋଟର ମାନଙ୍କୁ ସ୍ୱାଗତ କରାଯିବା ସହ ସେମାନଙ୍କୁ ଏପିକ କାର୍ଡ ତଥା ଭୋଟର ପରିଚୟ ପତ୍ର ଏବଂ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ ପାଇଁ ବୁଥ ଲେବେଲ ଅଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.