ବିଭିନ୍ନ ସ୍ଥାନରେ ୭୨ତମ  ସାଧାରଣତନ୍ତ୍ର ଦିବସ ପାଳିତ

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : +୩ ମହିଳା ମହାବିଦ୍ୟାଳୟ ପରିସରରେ ସାଧାରଣତନ୍ତ୍ର  ଦିବସ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ପତାକା ଉତ୍ତୋଳନ କରି ଭାଷଣରେ ସମ୍ବିଧାନ ର ଭୂମିକା ଓ ଭାରତୀୟ ମାନେ ଏକ  ମନ, ଏକ ପ୍ରାଣରେ ଦେଶର ଉନ୍ନତି ପଥରେ  ଆଗେଇ ନେବା,କଥା କହିଥିଲେ  / ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡା ସମସ୍ତେ ଆମେ ମହାପୁରୁଷ ମାନଙ୍କର ଆଦଶ ରେ ଅନୁପ୍ରାଣିତ ହେବା ବିଷୟ କହିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ଥିଲେ। 

ସେହିପରି  ରାଣୀପେଣ୍ଠ ସ୍ଥିତ ମାନସିକ ଅନଗ୍ରସର ବିଦ୍ୟାଳୟ “ନୀୟତି” ରେ  ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିୟୋଜ୍ୟେଷ୍ଟ ନାଗରିକ ରାମାନନ୍ଦ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ।ମୁଖ ବକ୍ତା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ ନିୟତୀ ଅଧକ୍ଷl ସ୍ନେହଳତା ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।କାଯ୍ୟକ୍ରମକୁ ଜ୍ୟୋଷ୍ଣା ଡାକୁଆ,ସାସ୍ଵତୀ ବେବର୍ତ୍ତା , ସୁନୀତ ଗମାଙ୍ଗ, ରଚିତା ମହାନ୍ତି , କୁମାରୀ ଆପଟ ପରିଚାଳନା କରିଥିଲେ। ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ଭିନ୍ନକ୍ଷମଙ୍କ ଅଧିକାର ଉପରେ ଏକ କାର୍ମଶାଳା ଶ୍ରୀ ବେବର୍ତ୍ତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। 

 ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଜାତୀୟ ପତାକା ଉତ୍ତୋଳନ କରି   ସମସ୍ତ କର୍ମଚାରୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସମସ୍ତ କାର୍ଯ୍ୟ ଠିକ ସମୟରେ ସମାପନ କରିପାରିଲେ ଶିକ୍ଷା ବିଭାଗର ସମସ୍ତ ପ୍ରଧାନ ଶିକ୍ଷକ , ଶିକ୍ଷୟତ୍ରୀ ଉପକୃତ ହେଵା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନେ ମଧ୍ୟ ପାଠ ପଢା ରେ ମନୋନିବେଶ କରିପାରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନଜ  ରଞ୍ଜନ ଦଳାଇ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସ।ତ୍ମିକ କୁମାର ପଟ୍ଟନାୟକ ଉପସ୍ଥିତ ରହି ନିଷ୍ଠାପର ଭାବେ ନିଜର ଦାୟିତ୍ଵ ସମାପନ କରିପାରିଲେ ନିଶ୍ଚିତଭାବେ ଆମେ ଦେଶର ସ୍ବାଧୀନତାକୁ ବଜାୟ ରଖିପାରିଵା ବୋଲି କହିଥିଲେ।

ସେହିପରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବଳିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରାଥିଲେ। ଏହି ଅବସରରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, କୁନା ମାଝୀ,ଗୈତମ ପଣ୍ଡା,ବେର୍ନିକ ଗମାଙ୍ଗ, ସଂଗ୍ରାମ ସିହୁ, ମନୋଜ ସାହୁ,ସନୋଜ ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.